ଚର୍ଚ୍ଚାରେ ବିଲ୍‌ ଗେଟସଙ୍କ ନିଷ୍ପତ୍ତି : ସମ୍ପତ୍ତିର ୯୯% କରିବେ ଦାନ, ସନ୍ତାନଙ୍କ ପାଇଁ କେବଳ ୧%

ବିଲ୍‌ ଗେଟସଙ୍କୁ ନେଇ ଆସିଛି ନୂଆ ଖବର । ସେ ନିଜ ସମ୍ପତ୍ତିର ୯୯ ପ୍ରତିଶତ ଦାନ କରିଥିବା ବେଳେ କେବଳ ଏକ ପ୍ରତିଶତ ସନ୍ତାନଙ୍କୁ ଦେଇଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ପୂରା ସତ । ଏହି ଏକ ପ୍ରତିଶତ ସମ୍ପତି ତାଙ୍କ ୩ ଜଣ ପୁଅ,ଝିଅଙ୍କ ମଧ୍ୟରେ ଭାଗ ହେବ ।

ଅଦ୍ୟତନ ହୋଇଛି
bill

bill Photograph: (Kanak News)

ବିଶ୍ବର ଅନ୍ୟତମ ବିତ୍ତଶାଳୀ ଶିଳ୍ପପତି ବିଲ୍ ଗେଟସ୍ ସବୁବେଳେ ନିଜର ନିଆରା କଥା,କାମ,ବିଚାର ପାଇଁ ଚର୍ଚ୍ଚାରେ ରହିଥା’ନ୍ତି । ଆଉ ଏହାରି ଭିତରେ ପୁଣିଥରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ବିଲ୍‌ ଗେଟସଙ୍କୁ ନେଇ ଆସିଛି ନୂଆ ଖବର । ସେ ନିଜ ସମ୍ପତ୍ତିର ୯୯ ପ୍ରତିଶତ ଦାନ କରିଥିବା ବେଳେ କେବଳ ଏକ ପ୍ରତିଶତ ସନ୍ତାନଙ୍କୁ ଦେଇଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ପୂରା ସତ । ଏହି ଏକ ପ୍ରତିଶତ ସମ୍ପତ୍ତି ତାଙ୍କ ୩ ଜଣ ପୁଅ,ଝିଅଙ୍କ ମଧ୍ୟରେ ଭାଗ ହେବ । ନିକଟରେ ଏକ ପଡକାଷ୍ଟରେ ଏହି କଥା ପ୍ରକାଶ କରିଛନ୍ତି ବିଲ୍ ଗେଟସ୍ ।

Bill gates
Bill gates Photograph: (google)

୧୩ ଲକ୍ଷ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ବିଲ୍‌ ଗେଟସ୍ । ନିଜ ସମ୍ପତ୍ତିର ୯୯% ଦାନ କରିଥିବା ବେଳେ ଏହାର ୧% ୩ ଜଣ ସନ୍ତାନଙ୍କୁ ଦେବେ ଗେଟସ୍ । ପୁଅଝିଅଙ୍କୁ ୧ % ସମ୍ପତ୍ତି ଦେଉଥିବା ବେଳେ ଉତ୍ତରାଧିକାରୀଙ୍କ ବିରୋଧରେ ଗେଟସ୍ । ବଂଶ ପରମ୍ପରା ଚଳାଇବା ସପକ୍ଷରେ ନୁହଁନ୍ତି ଗେଟସ୍ । ଏନେଇ ବିଲ୍ ଗେଟସ୍ କହିଛନ୍ତି , ନିଜ ପରିଚୟ ନିଜେ ବନାଇବା ଜରୁରୀ । ଶିକ୍ଷା, ସଂସ୍କାର ମିଳିଛି ତେଣୁ ଆଗାମୀ ପିଢ଼ି ନିଜ ପରିଚୟ ନିଜେ ବନାଇବା ଉଚିତ୍ । ପିଲାଙ୍କୁ ନିର୍ଭରଶୀଳ କରି ରଖିବା ଅନୁଚିତ୍ । ସମ୍ପତ୍ତିର ଉତ୍ତରାଧିକାରୀ ଆବଶ୍ୟକତା ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe