ବିଶ୍ବର ଅନ୍ୟତମ ବିତ୍ତଶାଳୀ ଶିଳ୍ପପତି ବିଲ୍ ଗେଟସ୍ ସବୁବେଳେ ନିଜର ନିଆରା କଥା,କାମ,ବିଚାର ପାଇଁ ଚର୍ଚ୍ଚାରେ ରହିଥା’ନ୍ତି । ଆଉ ଏହାରି ଭିତରେ ପୁଣିଥରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ବିଲ୍ ଗେଟସଙ୍କୁ ନେଇ ଆସିଛି ନୂଆ ଖବର । ସେ ନିଜ ସମ୍ପତ୍ତିର ୯୯ ପ୍ରତିଶତ ଦାନ କରିଥିବା ବେଳେ କେବଳ ଏକ ପ୍ରତିଶତ ସନ୍ତାନଙ୍କୁ ଦେଇଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ପୂରା ସତ । ଏହି ଏକ ପ୍ରତିଶତ ସମ୍ପତ୍ତି ତାଙ୍କ ୩ ଜଣ ପୁଅ,ଝିଅଙ୍କ ମଧ୍ୟରେ ଭାଗ ହେବ । ନିକଟରେ ଏକ ପଡକାଷ୍ଟରେ ଏହି କଥା ପ୍ରକାଶ କରିଛନ୍ତି ବିଲ୍ ଗେଟସ୍ ।
/kanak/media/media_files/2025/04/10/B9C1ODERYZhXfXV45tog.jpg)
୧୩ ଲକ୍ଷ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ବିଲ୍ ଗେଟସ୍ । ନିଜ ସମ୍ପତ୍ତିର ୯୯% ଦାନ କରିଥିବା ବେଳେ ଏହାର ୧% ୩ ଜଣ ସନ୍ତାନଙ୍କୁ ଦେବେ ଗେଟସ୍ । ପୁଅଝିଅଙ୍କୁ ୧ % ସମ୍ପତ୍ତି ଦେଉଥିବା ବେଳେ ଉତ୍ତରାଧିକାରୀଙ୍କ ବିରୋଧରେ ଗେଟସ୍ । ବଂଶ ପରମ୍ପରା ଚଳାଇବା ସପକ୍ଷରେ ନୁହଁନ୍ତି ଗେଟସ୍ । ଏନେଇ ବିଲ୍ ଗେଟସ୍ କହିଛନ୍ତି , ନିଜ ପରିଚୟ ନିଜେ ବନାଇବା ଜରୁରୀ । ଶିକ୍ଷା, ସଂସ୍କାର ମିଳିଛି ତେଣୁ ଆଗାମୀ ପିଢ଼ି ନିଜ ପରିଚୟ ନିଜେ ବନାଇବା ଉଚିତ୍ । ପିଲାଙ୍କୁ ନିର୍ଭରଶୀଳ କରି ରଖିବା ଅନୁଚିତ୍ । ସମ୍ପତ୍ତିର ଉତ୍ତରାଧିକାରୀ ଆବଶ୍ୟକତା ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/04/10/oDMZ5z7rRwxs9pOwjOAl.jpg)