ଆଜିଠୁ ପଶ୍ଚିମବଙ୍ଗ ବିଧାନସଭାର ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ । ଦୁଷ୍କର୍ମକାରୀଙ୍କୁ ୧୦ ଦିନରେ ଫାଶୀଦଣ୍ଡ ନେଇ ଆସିବ ନୂଆ ବିଲ

Advertisment

ଏହାକୁ ନେଇ ମମତା ବାନାର୍ଜୀଙ୍କ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ବିଜେପି । କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରୁଛି ସିବିଆଇ। ମମତା ବାନାର୍ଜୀ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେବାକୁ ଦାବି କରିସାରିଛନ୍ତି ।

ଏହାକୁ ନେଇ ମମତା ବାନାର୍ଜୀଙ୍କ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ବିଜେପି । କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରୁଛି ସିବିଆଇ। ମମତା ବାନାର୍ଜୀ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେବାକୁ ଦାବି କରିସାରିଛନ୍ତି ।

339

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ତେବେ ମଙ୍ଗଳବାର ମମତା ବାନାର୍ଜୀଙ୍କ ସରକାର ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୦ ଦିନ ମଧ୍ୟରେ ଫାଶୀ ଦଣ୍ଡର ବ୍ୟବସ୍ଥା କରିବା ପାଇଁ ଏକ ବିଲ୍ ଆଣିବେ। ଦୁଷ୍କର୍ମ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ ସଂକ୍ରାନ୍ତ ବିଲ୍ ଆଣିବା ନେଇ ମମତା ବାନାର୍ଜୀ ସରକାର ପ୍ରସ୍ତାବ ରଖିଛନ୍ତି। ଏହାକୁ ନେଇ ମମତା ବାନାର୍ଜୀଙ୍କ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ବିଜେପି। କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରୁଛି ସିବିଆଇ। ମମତା ବାନାର୍ଜୀ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେବାକୁ ଦାବି କରିସାରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଷ୍କର୍ମ ଏବଂ ଶୀଘ୍ର ଶୁଣାଣି ଭଳି ମାମଲାରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ପ୍ରସଙ୍ଗ ଉଠାଇ ଘୋଷଣା କରିଛନ୍ତି ଯେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଏକ ବିଲ୍ ଆଗତ କରାଯିବ। ସେପ୍ଟେମ୍ବର ୨ ଓ ୩ ତାରିଖରେ ଏକ ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଆଗତ କରାଯାଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍ ଆଇନରେ ପରିଣତ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏହାପୂର୍ବରୁ ବୁଧବାର ଅର୍ଥାତ ଅଗଷ୍ଟ ୨୮ରେ କ୍ୟାବିନେଟ୍ ବୈଠକ ବସିଥିଲା। ଏଠାରେ ଦୁଷ୍କର୍ମ ବିରୋଧୀ ବିଲ୍ ବିଧାନସଭାରେ ଆଗତ କରିବାକୁ ଅନୁମୋଦନ ମିଳିଥିଲା। ସେପ୍ଟେମ୍ବର ୩ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଆଗତ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe