ବିଲାୱାଲ ମାନିଲେ, ପାକିସ୍ତାନ ହେଉଛି ‘ଆତଙ୍କୀସ୍ତାନ’, ଆତଙ୍କୀଙ୍କୁ ପାଳୁଥିଲା ପାକିସ୍ତାନ

Advertisment

ଭାରତ ସହ ତିକ୍ତତା ଭିତରେ ବିଲାୱଲ ଭୁଟ୍ଟୋଙ୍କ ବଡ ବୟାନ । ପାକିସ୍ତାନ ପାଳୁଛି ଆତଙ୍କୀ, କାହାକୁ ନୁହେଁ ଅଛପା ।

ଭାରତ ସହ ତିକ୍ତତା ଭିତରେ ବିଲାୱଲ ଭୁଟ୍ଟୋଙ୍କ ବଡ ବୟାନ । ପାକିସ୍ତାନ ପାଳୁଛି ଆତଙ୍କୀ, କାହାକୁ ନୁହେଁ ଅଛପା ।

ବାଉଳା ବିଲାୱଲ!

ବାଉଳା ବିଲାୱଲ! Photograph: (KanakNews)

କନକ ବ୍ୟୁରୋ : ବାଉଳା ନା ଭୟରେ ବିଳିବିଳିଉଛନ୍ତି ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପିପିପି ଦଳର ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ । ନିଜେ ଜାଣିପାରୁନାହାନ୍ତି କଣ କହୁଛନ୍ତି । ପହଲଗାମ ଆକ୍ରମଣରେ ଭୁଟ୍ଟୋ ଭାରତ ଉପରେ ମନ୍ତବ୍ୟ ଦେଉଛନ୍ତି,କାଲି କହିଥିଲେ ଭାରତ ଆତଙ୍କବାଦୀରେ ପାକିସ୍ତାନର ହାତ ଅଛି ବୋଲି ପ୍ରମାଣ ଦେଉ ଆଉ ଆଜି କହିଛନ୍ତି ପାକିସ୍ତାନରେ ଆତଙ୍କବାଦ ରହିଥିଲା । ପାକିସ୍ତାନ ପିପୁଲ୍ସ ପାର୍ଟି ପିପିପି ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଭାରତ ସରକାରଙ୍କୁ ବଡ଼ ଦାବି କରିଛନ୍ତି ।  ଭୁଟ୍ଟୋ କହିଛନ୍ତି, ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଯଦି ପାକିସ୍ତାନର ସମ୍ପୃକ୍ତି ଥାଏ, ତେବେ ଭାରତ ଏହାର ପ୍ରମାଣ ଦେଖାଇବା ଉଚିତ ।

ବିଲାୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭାରତ ଯଦି ପାକିସ୍ତାନକୁ ଏହି ଆକ୍ରମଣ ପାଇଁ ଦାୟୀ ମାନୁଛି, ତେବେ ସେମାନେ ନିରପେକ୍ଷ ପ୍ରମାଣ ଉପସ୍ଥାପନ କରନ୍ତୁ । ଆମେ ଏକ ନିରପେକ୍ଷ ତଦନ୍ତ ପାଇଁ ପ୍ରସ୍ତୁତ। ଭୁଟ୍ଟୋ ଆହୁରି କହିଛନ୍ତି, ଭାରତର ଏକପାଖିଆ ଅଭିଯୋଗ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇବ। ଅନ୍ୟପଟେ ସତ ମାନିଛି ପାକିସ୍ତାନ, ଆତଙ୍କୀଙ୍କୁ ପାଳୁଥିଲା ପାକିସ୍ତାନ । ଆଉ ଏହି ସତ ବାହାରିଛି ପିପିପି ମୁଖ୍ୟ ବିଲାୱାଲଙ୍କ ମୁହଁରୁ । ଭାରତର କଡ଼ା ଆଭିମୁଖ୍ୟ ପରେ ପାକିସ୍ତାନର ଜଣକ ପରେ ଜଣେ ନେତା ସତ ଉଗାରିବା ଆରମ୍ଭ କରିଦେଇଛନ୍ତି । ପ୍ରତିରକ୍ଷାମନ୍ତ୍ରୀଙ୍କ ପରେ ଏବେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ସ୍ୱୀକାର କରିଛନ୍ତି , ଦେଶର ଇତିହାସ ଆତଙ୍କବାଦରେ ଭରା । ସ୍କାଏ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ଭୁଟ୍ଟୋ କହିଛନ୍ତି, କଟ୍ଟରପନ୍ଥୀଙ୍କ ଯୋଗୁଁ ପାକିସ୍ତାନର କ୍ଷତି ହୋଇଛି, କିନ୍ତୁ ସୁଧାର କରାଯାଇଛି। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟିର ମୁଖ୍ୟ ବିଲାୱାଲ ଭୁଟ୍ଟୋ ନିକଟରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହ ସଂପର୍କକୁ ସ୍ୱୀକାର କରିଛନ୍ତି । ସ୍କାଏ ନ୍ୟୁଜ୍ ସହ ଏକ ସାକ୍ଷାତକାରରେ ଭୁଟ୍ଟୋ କହିଛନ୍ତି, ପାକିସ୍ତାନର ଅତୀତ କେହି ଲୁଚାଇ ପାରିବେ ନାହିଁ। ପାକିସ୍ତାନ ଅତୀତରେ ଆତଙ୍କବାଦ ସହ ସହ ଜଡ଼ିତ ଥିଲା, କିନ୍ତୁ ଏହାର କ୍ଷତି ମଧ୍ୟ ପାଇଛି ପାକିସ୍ତାନ ।

ଏହି ବୟାନ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫଙ୍କ ମନ୍ତବ୍ୟ ପରେ ଆସିଛି, ଯେଉଁଥିରେ ସେ ଦେଶର ଆତଙ୍କବାଦୀ ଗୋଷ୍ଠୀଙ୍କୁ ସମର୍ଥନ, ତାଲିମ ଓ ଅର୍ଥଯୋଗାଣ କରିବାର ଇତିହାସକୁ “ଡାର୍ଟି ୱର୍କ’ ବୋଲି ବର୍ଣ୍ଣନା କରିଥିଲେ । ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯାହା ପାକିସ୍ତାନ ସହ ଜଡ଼ିତ ଗୋଷ୍ଠୀ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’, ଲସ୍କର-ଏ-ତୋଇବାର ଏକ ସଂଗଠନ ଦ୍ୱାରା କରାଯାଇଥିଲା, ଏହା ପରେ ଭାରତ ସହ ଉତ୍ତେଜନା ବୃଦ୍ଧି ପାଇଛି । କୁହାଯାଉଛି ପାକିସ୍ତାନ ସେନା ଓ ଆଇଏସଆଇ ଆତଙ୍କବାଦୀ ଗୋଷ୍ଠୀଙ୍କୁ ଆଶ୍ରୟ ଦେବାକୁ ନୀତି ଭାବେ ଗ୍ରହଣ କରିଛି । ଭୁଟ୍ଟୋଙ୍କ ମା’ ବେନଜୀର ଭୁଟ୍ଟୋଙ୍କୁ ୨୦୦୭ରେ ଦେଶୀରେ ଆତଙ୍କବାଦୀମାନେ ହତ୍ୟା କରିଥିଲେ, ଆଉ ଏତେ ବର୍ଷପରେ ବିଲାୱଲଙ୍କ ପାଟିରୁ ସତ ବାହାରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe