କନକ ବ୍ୟୁରୋ : ରାସ୍ତା ଉପରେ ପ୍ରବାହିତ ହେଉଥିଲା ବର୍ଷା ପାଣି । ଲୋକଙ୍କ ବାରଣ ସତ୍ତ୍ୱେ ଦୁଃସାହସ ଦେଖାଇଲେ ୩ ଜଣ ଯୁବକ । ଗୋଟିଏ ବାଇକରେ ୩ ଜଣ ଏହି ରାସ୍ତାରେ ଯାଉଥିବା ସମୟରେ ଭସାଇ ନେଲା ବର୍ଷା ପାଣି । ଭାଗ୍ୟ ଭଲ ଥିବାରୁ ନିଶ୍ଚିତ ମରଣ ମୁହଁରୁ ବଞ୍ଚିଗଲେ ହେଲେ ପ୍ରଖର ସ୍ରୋତରେ ଭାସିଗଲା ବାଇକ । ଏମିତି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର କୈଲାରି ପୋଲ ଉପରେ ।
ନିକଟରେ କୋରାପୁଟ ଡୁଡୁମା ଜଳପ୍ରପାତରେ ଏକ ଅଘଟଣ ଘଟିଥିଲା । ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବର ସାଗର କୁଣ୍ଡୁ ଭାସିଯାଇଥିଲେ । ପାଖରେ ସାଙ୍ଗମାନେ ଚିତ୍କାର କରୁଥାନ୍ତି ଆଉ ସେପଟେ ପାଣିର ପ୍ରଖର ସୁଅ ସାଗରଙ୍କୁ ଟାଣି ନେଉଥାଏ । ଏମିତି ମାତ୍ର କିଛି ସେକେଣ୍ଡ ଭିତରେ ସମସ୍ତଙ୍କ ଆଖି ଆଗରେ ଭାସିଗଲେ ସାଗର କୁଣ୍ଡୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/28/3-youth-2025-08-28-13-55-07.jpg)