ହାଇୱାକୁ ଧକ୍କା ଦେଇ ବାଇକ୍‌ ଚାଳକ ମୃତ

Advertisment

ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଜେ. କଳମ୍ବ ଡେଙ୍ଗାପଦର ମଧ୍ୟରେ ଏକ ବାଲି ବୋଝେଇ ହାଇୱାକୁ ପଛ ପଟୁ ଧକ୍କା ଦେଇ ବାଇକ୍‌ ଚାଳକଙ୍କ ଜୀବନ ଯାଇଛି।

ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଜେ. କଳମ୍ବ ଡେଙ୍ଗାପଦର ମଧ୍ୟରେ ଏକ ବାଲି ବୋଝେଇ ହାଇୱାକୁ ପଛ ପଟୁ ଧକ୍କା ଦେଇ ବାଇକ୍‌ ଚାଳକଙ୍କ ଜୀବନ ଯାଇଛି।

Accident

Accident Photograph: (google)

ସାଧାରଣତନ୍ତ୍ର ଦିବସରେ ବାଲିପଦର-ଭଞ୍ଜନଗର ୩୦ନଂ ରାଜ୍ୟ ରାଜପଥରେ ଦୁର୍ଘଟଣା ଘଟି ଜଣକ ଜୀବନ ଯାଇଛି। ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଜେ. କଳମ୍ବ ଡେଙ୍ଗାପଦର ମଧ୍ୟରେ ଏକ ବାଲି ବୋଝେଇ ହାଇୱାକୁ ପଛ ପଟୁ ଧକ୍କା ଦେଇ ବାଇକ୍‌ ଚାଳକଙ୍କ ଜୀବନ ଯାଇଛି। ମୃତ ବାଇକ୍‌ ଚାଳକ ହେଲେ ଗହଙ୍ଗୁପାଟଣା ଗ୍ରାମର କହେଁଇ ନାୟକ(୨୬)। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ସମୟରେ କହେଁଇ ଏକ ପଲସର୍‌ ବାଇକ୍‌ରେ ବେଲଗୁଣ୍ଠା ପଟୁ ଗହଙ୍ଗୁ ଯିବାକୁ ଦ୍ରୁତ ଗତିରେ ଆସୁଥିବା ବେଳେ ହାଇୱାକୁ ପଛ ପଟୁ ଧକ୍କା ଦେଇଥିଲା। ଖବର ପାଇ ବାଲିପଦର ପୁଲିସ କହେଁଇକୁ ସଂକଟାପନ୍ନ ଅବସ୍ଥାରେ ବୁଗୁଡ଼ା ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ହାଇୱାକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe