କନକ ବ୍ୟୁରୋ: ଶୁକ୍ରବାର ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ କମଲ, ସେ କୈଳାସପୁରୀର ବାସିନ୍ଦା। କମଲ ରାତିରେ ରୋହିଣୀସ୍ଥିତ ତାଙ୍କ ଅଫିସରୁ ଘରକୁ ଫେରୁଥିବାବେଳେ ନିର୍ମାଣାଧୀନ ରାସ୍ତାର ଏକ ଗାତରେ ପଡ଼ି ତାଙ୍କର ମୃତ୍ୟୁ ହୋଇଛି। ଯାହାକୁ ନେଇ ନଗର ନିଗମ ଉପରେ ପ୍ରଶ୍ନ ଉଠିଛି।
ପୁଲିସର କହିବା ଅନୁସାରେ, ସକାଳ ୭ଟାରେ ଏହି ଘଟଣା ବାବଦରେ ସୂଚନା ମିଳିଥିଲା। ଏହାପରେ ଏକ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ଯୁବକ ଜଣକ ତାଙ୍କ ବାଇକ୍ ସହ ଏକ ଗାତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାଞ୍ଚ କରିବାରୁ ଜଣାପଡିଥିଲା, ଯୁବକ ଜଣଙ୍କର ମୃତ୍ୟୁ ହୋଇଯାଇଛି।
ଅଧିକ ପଢ଼ନ୍ତୁ :
ରାଜ୍ୟସଭାରେ ଉଠିଥିଲା ଦିଲ୍ଲୀର ନିଖୋଜ ଶିଶୁଙ୍କ ପ୍ରସଙ୍ଗ, ବିଜେପିକୁ ଟାର୍ଗେଟ୍ କଲେ ସନ୍ଦୀପ କୁମାର ଓ କେଜ୍ରିୱାଲ
ସେପଟେ ନିରନ୍ତର ଭାବେ ପୁଅ ସହ କଣ୍ଟାକ୍ଟରେ ଥିବା ପରିବାର ଲୋକ କହିଛନ୍ତି, ଶେଷ ଥର ପାଇଁ କମଲ ଫୋନରେ କହିଥିଲେ ସେ ଜନକପୁରୀ ଅଞ୍ଚଳରେ ଅଛନ୍ତି, ଶୀଘ୍ର ଘରକୁ ଫେରିଆସିବେ। କିନ୍ତୁ କମଲ ଘରକୁ ଫେରିଲେ ନାହିଁ, ତାଙ୍କ ପରିବାର ଚିନ୍ତିତ ହୋଇ ରାତିସାରା ତାଙ୍କୁ ଖୋଜାଖୋଜି କଲେ। ସେମାନେ କିଛି ପୁଲିସ ଷ୍ଟେସନକୁ ଯାଇ ପଚରାଉଚରା କରିବା ସହ ନିକଟସ୍ଥ ହସ୍ପିଟାଲକୁ ବି ଯାଇ ଖୋଜିଥିଲେ, କିନ୍ତୁ କୌଣସି ସୂଚନା ପାଇନଥିଲେ। ଶେଷରେ, ସକାଳ ପ୍ରାୟ ୭ଟାରେ, କମଲଙ୍କର ମୃତ୍ୟୁ ଖବର ପୁଲିସ ଠାରୁ ମିଳିଥିଲା।
ସେପଟେ ଏହା ଦୁର୍ଘଟଣା ନୁହେଁ ବରଂ କମଲଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି କମଲଙ୍କ ବନ୍ଧୁ। ସେ କହିଛନ୍ତି, ଏହା ପୁଲିସର ଭୁଲ। ଯଦି ସେମାନେ ରାତିରେ ଖୋଜାଖୋଜି କରିଥାନ୍ତେ, ତେବେ ହୁଏତ ସେମାନେ କମଲର ଜୀବନ ବଞ୍ଚାଇ ପାରିଥାନ୍ତେ। ଏଠାରେ କୌଣସି ବ୍ୟାରିକେଡ୍ ନଥିଲା; ଏବଂ ଆମେ ରାତିରେ ଏହି ଗାତ ଯାଞ୍ଚ କରିଥିଲୁ; ସେଠାରେ କିଛି ନଥିଲା। ମୁଁ ସନ୍ଦେହ କରୁଛି ଯେ କେହି ମୋ ସାଙ୍ଗକୁ ହତ୍ୟା କରିଛି।" ପୁଲିସ ଏହି ମାମଲାକୁ ନେଇ ତଦନ୍ତ କରୁଛି। ଏହି ଘଟଣା ସମ୍ପର୍କରେ ଆମ ଆଦମୀ ପାର୍ଟିର ଦିଲ୍ଲୀ ସଭାପତି ସୌରଭ ଭରଦ୍ୱାଜ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି, "ଜଣେ ନିର୍ଦ୍ଦୋଷ ବାଇକ୍ ଚାଳକ ଏକ ଗଭୀର ଗାତରେ ପଡ଼ି ରାତିସାରା ସେଠାରେ ରହି ମୃତ୍ୟୁବରଣ କଲେ, ଯାହା ଏକ ଦୁଃଖଦ ଘଟଣା। ଦିଲ୍ଲୀର ବିଜେପି ସରକାର ନୋଏଡା ଘଟଣାରୁ କିଛି ଶିଖି ନାହାଁନ୍ତି। ସରକାରଙ୍କ ଖାମଖିଆଲି ମନଭାବ ପାଇଁ ଆଜି ଜଣଙ୍କ ଜୀବନ ଚାଲିଯାଇଛି।
ଅଧିକ ପଢ଼ନ୍ତୁ : ଜେଲ୍ରେ ବିତୁଛି ଯୌବନ : ଦିଲ୍ଲୀ କାରାଗାରରେ ଅଧାରୁ ଅଧିକ କଏଦୀଙ୍କ ବୟସ ୩୦ ବର୍ଷରୁ କମ୍
ଉଲ୍ଲେଖଯୋଗ୍ୟା, ଜାନୁଆରୀ ୧୬-୧୭ ମଧ୍ୟରାତ୍ରିରେ ନୋଏଡାର ସେକ୍ଟରରେ ୨୭ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିୟର ଯୁବରାଜ ମେହେଟ୍ଟାଙ୍କ କାର ଏକ ନିର୍ମାଣ ସ୍ଥଳ ନିକଟରେ ପାଣି ଜମିଥିବା ଗାତରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହେବାର ସପ୍ତାହ ପରେ ଏହି ମାମଲା ଆସିଛି।
Follow Us