କନକ ବ୍ୟୁରୋ: ମାହାଙ୍ଗାରେ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ଭଙ୍ଗା ଘଟଣା । ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ସିସିଟିଭି ଫୁଟେଜ ଆଧାରରେ ୩ ଜଣଙ୍କୁ ବାନ୍ଧିଛି ଭଦ୍ରେଶ୍ୱର ଥାନା ପୋଲିସ । ଗିରଫ ପରେ ସମସ୍ତ  ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ମହାଙ୍ଗା ଉମର ବଳଦେବଜିଉ ମନ୍ଦିର ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଖଣ୍ଡଖଣ୍ଡ କରିଥିଲେ ଏହି ଅଭିଯୁକ୍ତମାନେ । ଯାହାକୁ ନେଇ ଜୋର ଧରିଥିଲା ରାଜନୀତି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ଜୋର ଧରିଥିଲା । ତେବେ ୨୪ ଘଣ୍ଟା ମଧ୍ୟରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।