କନକ ବ୍ୟୁରୋ : ବିଜୁ ପଟ୍ଟନାୟକ ଜୟନ୍ତୀରେ ପଂଚାୟତି ରାଜ ଦିବସ ପାଳନ ନ ହେବା ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଆଜି ଶଙ୍ଗଭବନରୁ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ । ଆଉ ଏହାର କାଉଣ୍ଟର କରିଛନ୍ତି ମନମୋହନ ସାମଲ । ସରାକରୀ କାର୍ଯ୍ୟକ୍ରମରେ ବି ନବୀନ ସାମିଲ ହୋଇନାହାନ୍ତି । ସନ୍ଧ୍ୟାରେ ରାଜ୍ୟସ୍ତରୀୟ ଜୟନ୍ତୀକୁ ନବୀନ ଯିବେ କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି ।
୩ ଦିନ ହେଲାଣି ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁରେ ଅଛନ୍ତି ବିଜୁ ପଟ୍ଟନାୟକ । ୨୦୧୪ ପରଠାରୁ ଧିରେ ଧିରେ ଦଳୀୟ ପୋଷ୍ଟରରୁ ହଜି ଯାଉଥିବା ବିଜୁ ବାବୁ ପୁଣି ଥରେ ବିଜେଡିର ମନେ ପଡିଛନ୍ତି । ବିଜୁ ଜୟନ୍ତୀ ଓ ପଂଚାୟତିରାଜ ଦିବସ ପାଳନକୁ ଶାସକ ଦଳ ବିଜେପିକୁ ଘେରିଛନ୍ତି । ଶଙ୍ଖଭବନରେ ବିଜୁ ଜୟନ୍ତୀ ପାଳନ ଅବସରେ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । କହିଛନ୍ତି, ଆପଣ ନାଁ ବଦଳାଇପାରନ୍ତି, କିନ୍ତୁ ଲୋକଙ୍କ ହୃଦୟରେ ଥିବା ଭଲ ପାଇବାକୁ ବଦଳେଇ ପାରିବେ ନାହିଁ । ଇତିହାସକୁ ବଦଳାଇବାକୁ ଉଦ୍ୟମ ହେଉଛି । ଲୋକ ଏହାର ଜବାବ ଦେବେ। ସେପଟେ ନବୀନଙ୍କୁ କାଉଣ୍ଟର କରିଛନ୍ତି ବିଜେପି ରାଜ୍ୟସଭା ସଭାପତି । କହିଛନ୍ତି ଇତିହାସକୁ ଆମେ ବଦଳାଇନୁ, ସମୀକ୍ଷା କରୁଛୁ । ସେମାନେ ଗଣତନ୍ତ୍ରର କଣ୍ଠରୋଧ କଲେ, ଲୋକ ଉଚିତ ଜବାବଦେଲେ ।
ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ନବୀନ ପଟ୍ଟନାୟକ ଦଳୀୟ ସ୍ତରରେ ପାଳନ କରିଛନ୍ତି । କିନ୍ତୁ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇନାହାନ୍ତି । ବିଧାନସଭାରେ ପାଳିତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଆସିଥିଲେ । କିନ୍ତୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସିନଥିଲେ । ତେବେ ପଂଚାୟତିରାଜ ଦିବସ ପାଳନ ନ ହେବାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ଜୟନ୍ତୀଙ୍କୁ ନୂଆ ସରକାର ପଂଚାୟତିରାଜ ଦିବସ ଭାବେ ପାଳନ ନ କରିବାକୁ ନେଇ ରାଜନୈତିକ ପାରଦ ହଠାତ୍ ବଢିଯାଇଛି ।