କନକ ବ୍ୟୁରୋ : ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ମେରିଙ୍ଗି ଓ ସାମ୍ପନୀ ଗ୍ରାମ ମଧ୍ୟରେ ସାନ ନଦୀ ପ୍ରବାହିତ । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୨୦୧୮ରୁ ସାନ ନଦୀ ଉପରେ ପୋଲ ନିର୍ମାଣ ଆରମ୍ଭ ହୋଇଛି । ସେଥିପାଇଁ ୧୧କୋଟି ୯୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି । ୨୦୨୦ ଡିସେମ୍ବର ମାସ ୧୦ ତାରିଖ ସୁଦ୍ଧା ନିର୍ମାଣ ସାରିବାକୁ ସମୟ ଧାର୍ଯ୍ୟ ହୋଇଥିଲା । ୪ ବର୍ଷ ତଳୁ ନିର୍ମାଣ ଅବଧି ସରିଲାଣି ହେଲେ ପୋଲ କାମ ସମ୍ପୂର୍ଣ୍ଣ ହୋଇପାରିନି । 

Advertisment

 ଅନ୍ୟପଟେ ଠିକା ସଂସ୍ଥା କାମ ଅଧାରେ ଛାଡି ଚାଲିଯାଇଛି । ଏଥିପାଇଁ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି । ବର୍ଷା ଦିନେ ସାନ ନଦୀର ଜଳସ୍ତର ବୃଦ୍ଧି ପାଇଲେ ନଦୀର ଉଭୟ ପଟେ ରହୁଥିବା ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଯାଉଛି । ନଦୀ ଆର ପଟେ ଥିବା ସାମ୍ପନୀ ଗାଁର ଲୋକମାନେ ପଞ୍ଚୟତ କାର୍ଯ୍ୟାଳୟକୁ  ଯିବା ପାଇଁ ଅସୁବିଧାର ସମୁଖୀନ ହେଉଛନ୍ତି । ଗାଁରୁ ଠାରୁ ଘନାନ୍ତରୀ  ପଞ୍ଚାୟତ କାର୍ଯ୍ୟାଳୟର  ଦୂରତା ମାତ୍ର ୫ କିଲୋମିଟର । ବର୍ଷା ଦିନେ ଭତ୍ତା ଓ ପିଡିଏସ୍‌ ଚାଉଳ ପାଇଁ ଗ୍ରାମବାସୀଙ୍କୁ ୨୦ କିମି ବୁଲାଣି ପଡ଼ୁଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି । ତଥାପି ବାବୁମାନେ ଶୁଣୁନଥିବା ଅଭିଯୋଗ କରିଛନ୍ତି ଘନାନ୍ତରୀ ସରପଞ୍ଚ ନୀଳକଣ୍ଠ ଶବର । 

ଆବଶ୍ୟକତା ଦୃଷ୍ଟିରୁ ତୁରନ୍ତ ପୋଲ କାମ ସାରିବାକୁ ସରକାରଙ୍କୁ ଅଂଚଳବାସୀ ନିବେଦନ କରିଛନ୍ତି ।