କନକ ବ୍ୟୁରୋ : ୱାକଫ୍ ବିଲ୍କୁ ନେଇ ବରିଷ୍ଠ ବିଜେଡି ନେତା ବିଜୟ ମହାପାତ୍ରଙ୍କ ବଡ଼ ବୟାନ । ସେ କହିଛନ୍ତି, ୱାକଫ୍ ବିଲ୍କୁ ନେଇ ବିଜେଡି ସାଂସଦଙ୍କ ସମର୍ଥନରୁ ଜଣାପଡୁଛି କି ଦଳ ଭିତରେ ଦ୍ୱନ୍ଦ୍ୱ ରହୁଛି । ଦଳରେ ଦ୍ୱନ୍ଦ୍ୱ କିଏ କରୁଛି, ତାହା ଦଳର ସଭାପତି ଆଲୋଚନା କରିବେ । ବିବେକ ବ୍ୟବସ୍ଥା ଆମ ଆଇନରେ ନାହିଁ । ବିବେକ ପ୍ରଶ୍ନ ଯିଏ ଉଠାଇଛନ୍ତି, ସେ ନିଶ୍ଚିତ ଦ୍ୱନ୍ଦ୍ୱରେ ଅଛନ୍ତି । ସସ୍ମିତ ପାତ୍ର କାହା ସାହାଯ୍ୟରେ ଏସବୁ କରିଛନ୍ତି, ତାହା ସବୁ ଜାଣନ୍ତି । ତିନିଦିନ ମଧ୍ୟରେ ବିଜେଡିର ୩ଟି ଷ୍ଟାଣ୍ତ ନେବା ସ୍ପଷ୍ଟ କରୁଛି ଯେ ଦଳରେ ଦ୍ୱନ୍ଦ୍ୱ ରହିଛି । ଅଦୃଶ୍ୟ ଚାପ ଯୋଗୁଁ ସସ୍ମିତ ପାତ୍ର ଶେଷ ସମୟରେ ନିଜର ନିଷ୍ପତ୍ତି ବଦଳାଇଛନ୍ତି ବୋଲି ଜଣାପଡୁଛି ।
ସେ ଆହୁରି କହିଛନ୍ତି, ବିଜେଡି ସଦାସର୍ବଦା ସ୍ପଷ୍ଟ ନିଷ୍ପତ୍ତି ନିଏ କିନ୍ତୁ ଦଳ ଏଭଳି କାହିଁକି କଲା କିଛି ବୁଝିହେଉନି । ଯଦି ସଂସଦରେ ୭ ଜଣ ସାଂସଦ ମିଶିକି ଗୋଟିଏ ନିଷ୍ପତ୍ତି ନେଇପାରୁନାହାନ୍ତି ମାନେ ଏହା ବିଜେଡି ପାଇଁ ଦୁଃଖଦ ଖବର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/05/26rfytoOoaadP7CgIeip.jpg)