କନକ ବ୍ୟୁରୋ : ନକ୍ସଲ ପ୍ରଭାବିତ ଛତିଶଗଡର ବିଜାପୁର ଜିଲ୍ଲାରେ ଚାଲିଛି ମାଓ ଅପରେଶନ । ଏହି କ୍ରମରେ ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । କୁହାଯାଉଛି କି, ଏହି ଗୁଳିବିନିମୟ ବେଳେ ୮ ଜଣ ନକ୍ସଲ ନିପାତ ହୋଇଛି । ମୃତ ନକ୍ସଲମାନଙ୍କ ଶବକୁ ସୁରକ୍ଷାକର୍ମୀମାନେ ନେଇ ଆସିଛନ୍ତି । ଏବେ ବି ଗୁଳିବିନିମୟ ଜାରି ରହିଛି । 

Advertisment

ସୂଚନା ମୁତାବକ ଏହି ଅପରେଶନରେ ଡିଆରଜି, ଏସଟିଏଫ୍ ଯବାନ ସାମିଲ ଅଛନ୍ତି । ବିଜାପୁର ଜିଲ୍ଲାର ଗଙ୍ଗାଲୁ ଥାନା କ୍ଷେତ୍ର ତୋଡକା ଅଞ୍ଚଳରେ ଏହି ଅପରେଶନ ଜାରି ରହିଛି । ମୃତ ନକ୍ସଲଙ୍କ ନିକଟରୁ କିଛି ସ୍ୱଚାଳିତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହି ଗୁଳିବିନିମୟରେ ନକ୍ସଲମାନଙ୍କ ବସ୍ତର କମିଟି, କମ୍ପାନୀ-୨  ବାଟାଲିୟନର ୮ କ୍ୟାଡରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।