କନକ ବ୍ୟୁରୋ : ବିହାରରେ ଏନଡିଏର ବିପୁଳ ବିଜୟ ପରେ ଆଜି ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ନୀତୀଶ କୁମାରଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି । ସେମାନଙ୍କ ଭିତରୁ ଉପମୁଖ୍ୟମନ୍ତ୍ରୀ ଭାବେ ବିଜେପିର ସମ୍ରାଟ ଚୌଧୁରୀ, ବିଜେପିର ବିଜୟ ସିହ୍ନା ତାଙ୍କ ପଦ ବଜାୟ ରଖିଛନ୍ତି । ହେଲେ ଶପଥଗ୍ରହଣ ଉତ୍ସବରେ ଅଚିହ୍ନା ଅଜଣା ଯୁବକ ଜଣେ ହଠାତ୍ ମଞ୍ଚ ଉପରକୁ ଉଠି ମନ୍ତ୍ରିପଦର ଶପଥ ନେଇଥିବାର ଦେଖିବାକୁ ମିଳିଥିଲା । ମଞ୍ଚତଳେ ଉପସ୍ଥିତ ଥିବା ଲୋକମାନେ ଏ କିଏ ବୋଲି ମନେ ମନେ ଅନେକ ପ୍ରଶ୍ନ ଉଠାଇଥିଲେ । କାରଣ ଯେଉଁ ଯୁବକଜଣଙ୍କ ହଠାତ ମଞ୍ଚ ଉପରକୁ ଆସି ମନ୍ତ୍ରିଭାବେ ଶପଥ ନେଲେ ନା ତାଙ୍କୁ ପୂର୍ବରୁ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା, ନା ନିର୍ବାଚନରେ ସେ କୌଣସି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ।
ସରିଲା ନୀତୀଶ ସରକାରଙ୍କ ଶପଥ ସମାରୋହ, ଜାଣନ୍ତୁ କେଉଁ ଦଳରୁ କିଏ ହେଲେ ମନ୍ତ୍ରୀ ?
ଆଜି ନୀତିଶକୁମାରଙ୍କ ଶପଥଗ୍ରହଣ ସହ ମୋଟ ୨୬ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ମନ୍ତ୍ରିମଣ୍ଡଳରେ ଏଥର ଅନେକ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଛି । ହେଲେ ଯେଉଁମାନେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ସେମାନେ ନିର୍ବାଚିତ ଲୋକପ୍ରତିନିଧୀ । ମାତ୍ର ଆମେ ଯାହା କଥା କହୁଛୁ ସେ ନିର୍ବାଚନ ଲଢ଼ିନାହାଁନ୍ତି । ତାଙ୍କ ନାମ ଦୀପକ ପ୍ରକାଶ ।
ନୀତୀଶ କୁମାରଙ୍କ ପ୍ରେମ କାହାଣୀ; ଅଧ ରାତିରେ ବାହାରିଥିଲେ ବାଇକ୍ ଧରି...
ଦୀପକ ପ୍ରକାଶଙ୍କୁ କେହି ଜାଣନ୍ତୁ ବା ନଜଣାନ୍ତୁ କିନ୍ତୁ ବିହାର ରାଜନୀତିରେ ତାଙ୍କ ବାପାଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ । ଦୀପକ ପ୍ରକାଶ ବିହାରର ଚର୍ଚ୍ଚିତ ନେତା ଉପେନ୍ଦ୍ର କୁଶୱାହାଙ୍କ ପୁଅ । ଏନଡିଏର ସହଯୋଗୀ ଦଳ ଭାବେ ଉପେନ୍ଦ୍ର କୁଶୱାହାଙ୍କ ପାର୍ଟି ଆରଏଲଏମ୍ ଚଳିତ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି । ନିର୍ବାଚନରେ ଦଳ ୬ ଟି ଆସନରେ ଲଢ଼ି ୪ ଟି ଆସନରେ ବିଜୟୀ ହୋଇଛି । ହେଲେ ଉପେନ୍ଦ୍ର କୁଶୱାହା ମନ୍ତ୍ରିପଦ ପାଇଁ ତାଙ୍କ ଦଳରୁ ଜିତିଥିବା ବିଧାୟକଙ୍କ ବଦଳରେ ନିଜ ପୁଅ ଉପରେ ଭରସା କରିଛନ୍ତି । ହେଲେ ଉପେନ୍ଦ୍ର କୁଶୱାହାଙ୍କ ପୁଅ କୌଣସି ନିର୍ବାଚନ ଲଢ଼ିନାହାଁନ୍ତି । ତାଙ୍କୁ ଆସନ୍ତା ୬ ମାସ ଭିତରେ ବିଧାନପରିଷଦ କିମ୍ବା ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ ।
ଦୀପକଙ୍କ ବାପା ଉପେନ୍ଦ୍ର କୁଶୱାହା ବିହାରରେ ଲବ-କୁଶ ସମିକରଣ ପାଇଁ ବେଶ୍ ପରିଚିତ । ମୁଖ୍ୟତ, ପଛୁଆବର୍ଗ, କୁର୍ମୀ ସମୁଦାୟ ଓ ଓବିସି କୁଶୱାହା (କୋଡରୀ) ସମୁହକୁ ମିଳତ ଭାବେ ଲବ-କୁଶ ବୋଲି କୁହାଯାଇଥାଲ । ବିହାରରେ ଏହି ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ଅଧିକ । ଉପେନ୍ଦ୍ର କୁଶୱାହାଙ୍କୁ ଏହି ବର୍ଗର ଜଣେ ବଡ଼ ନେତା ବୋଲି ଗଣନା କରାଯାଏ ।
Follow Us