କନକ ବ୍ୟୁରୋ: ଭୋଟ୍ ଚୋରି ପ୍ରସଙ୍ଗରେ ପୁଣି ମୋଦୀ ସରକାରକୁ ଘେରିଲେ ରାହୁଲ ଗାନ୍ଧୀ । ବିହାରରେ ରାହୁଲ ଗାନ୍ଧୀ ଭୋଟର ଅଧିକାର ଯାତ୍ରା ଚଲାଇଥିବାବେଳେ, ୧୨ ତମ ଦିନରେ ସୀତାମଢୀର ଜାନକୀ ମାତା ମନ୍ଦିର ଦର୍ଶନ କରିବା ସହିତ ସେଠାରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମ୍ବୋଧନରେ ରାହୁଲ ସିଧା ସିଧା ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ୍ କରିବା ସହିତ ବିଜେପି ଉପରକୁ ତୀର ମାରିଛନ୍ତି । ରାହୁଲ କହିଛନ୍ତି, ଆମେ ଭୋଟ୍ ଚୋରି ହେବାକୁ ଦେବୁନି । ଏହି ଲୋକମାନେ ପ୍ରଥମେ ଆପଣଙ୍କ ଭୋଟ୍ ନେବେ, ଆଉ ତା ପରେ ରାସନ୍ କାର୍ଡ ଆଉ ଆଧାର କାର୍ଡକୁ ମଧ୍ୟ ଟାର୍ଗେଟ୍ କରିବେ ।
ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ ଜଣାଅଛି ବିହାର ନିର୍ବାଚନରେ ଭୋଟ୍ ଚୋରି କରିବାକୁ ଉଦ୍ୟମ କରାଯାଉଛି । ଏଥିପାଇ ଆମେ ଭୋଟ୍ ଅଧିକାର ଯାତ୍ରା ଆରମ୍ଭ କରିଛୁ । ତେବେ ନିର୍ବାଚନ ଆୟୋଗ ଜାଣିବା ଉଚିତ ଯେ, ବିହାରର ଲୋକ ସଚେତନ ହେଲେଣି ଆଉ ସେମାନେ ଭୋଟ୍ ଚୋରି ହେବାକୁ ଦେବେନି । ଏହାସହ ଦଳିତମାନଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଆପଣମାନେ ମନେ ରଖିବା ଉଚିତ ସ୍ୱାଧୀନତା ପୂର୍ବରୁ ଆପଣଙ୍କ ଅବସ୍ଥା କଣ ଥିଲା । ଆପଣଙ୍କୁ ସେତେବେଳେ ମାଡ଼ ମରାଯାଉଥିଲା । ଅଛୁଆଁ ଭଳି ବ୍ୟବହାର କରାଯାଉଥିଲା । ସମ୍ବିଧାନ ହିଁ ଆପଣଙ୍କୁ ଅଧିକାର ଦେଇଥିଲା । ହେଲେ ବିଜେପି କିନ୍ତୁ ଆପଣଙ୍କ ପାଖରୁ ସେହି ଅଧିକାର ଛଡ଼ାଇ ନେବାକୁ ଚାହୁଛି ବୋଲି ରାହୁଲ କହିଛନ୍ତି ।
#WATCH | Sitamarhi, Bihar: Lok Sabha LoP and Congress MP Rahul Gandhi says, "We know that they are trying to steal the elections in Bihar. That is why we have started the Voter Rights Yatra here so that these people and the Election Commissioner can know that the people of Bihar… pic.twitter.com/SvLDN88Of2
— ANI (@ANI) August 28, 2025
ଅନ୍ୟପଟେ ବିଜେପି ଭୋଟ୍ ଚୋରି କରୁଛି । ଏହାପୂର୍ବରୁ ମଧ୍ୟ ବିଜେପି ଭୋଟ୍ ଚୋରି କରୁଥିଲା । ଏବେଯାଏଁ କେବଳ କର୍ଣ୍ଣାଟକର ପ୍ରମାଣ ଆମେ ଦେଇଛୁ । ହେଲେ ଆଗାମୀ ଦିନରେ ଲୋକସଭା ନିର୍ବାଚନ ଏବଂ ହରିୟାଣା ନିର୍ବାଚନର ମଧ୍ୟ ଆମେ ପ୍ରମାଣ ଦେବୁ ବୋଲି ରାହୁଲ କହିଛନ୍ତି । ଆମେ ପ୍ରମାଣ କରି ଦେଖାଇବୁ ବିଜେପି ଏବଂ ଆରଏସଏସ୍ ଭୋଟ୍ ଚୋର ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।