ଦୁଇ ଭାଗ ହେଲା ସୁପରଫାଷ୍ଟ ଏକ୍ସପ୍ରେସ୍ ; ଟ୍ରେନର କପଲିଙ୍ଗ ଭାଙ୍ଗିଯିବାରୁ ଅଘଟଣ

ରବିବାର ବିହାର ବକ୍ସର ଜିଲ୍ଲାରେ ତୁରୀଗଞ୍ଜ ଓ ରଘୁନାଥପୁର ରେଲୱେ ଷ୍ଟେସନ ମଧ୍ୟରେ ଦିଲ୍ଲୀରୁ ଇସ୍ଲାମପୁର ଯାଉଥିବା ମଗଧ ସୁପରଫାଷ୍ଟ ଏକ୍ସପ୍ରେସର କପଲିଙ୍ଗ ଭାଙ୍ଗିଯିବାରୁ ଟ୍ରେନ ଦୁଇ ଭାଗ ହୋଇଗଲା ।

train-

କନକ ବ୍ୟୁରୋ: ରବିବାର ବିହାର ବକ୍ସର ଜିଲ୍ଲାରେ ତୁରୀଗଞ୍ଜ ଓ ରଘୁନାଥପୁର ରେଲୱେ ଷ୍ଟେସନ ମଧ୍ୟରେ ଦିଲ୍ଲୀରୁ ଇସ୍ଲାମପୁର ଯାଉଥିବା ମଗଧ ସୁପରଫାଷ୍ଟ ଏକ୍ସପ୍ରେସର କପଲିଙ୍ଗ ଭାଙ୍ଗିଯିବାରୁ ଟ୍ରେନ ଦୁଇ ଭାଗ ହୋଇଗଲା । ତୁରୀଜଙ୍ଗ ଓ ରଘୁନାଥପୁର ରେଲୱେ ଷ୍ଟେସନ ମଝିରେ ସକାଳ ପାଖାପାଖି ୧୧ଟା ୧୦ ରେ ଏହି ଘଟଣା ଘଟିଛି । ଏଥିରୁ ଯାତ୍ରୀଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ରହିଛି । 

ପୂର୍ବ ମଧ୍ୟ ରେଲୱେ ପିଆରଓଙ୍କ କହିବା ଅନୁସାରେ, ଟ୍ରେନର କପଲିଙ୍ଗ ଭାଙ୍ଗିଯିବାରୁ ଟ୍ରେନ ଦୁଇଭାଗ ହୋଇଯାଇଥିଲା । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଟ୍ରେନକୁ ଠିକ କରିବାକୁୂ ଚେଷ୍ଟା କରିଥିଲେ  । ଏହାସହ ଘଟଣା ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe