ସରକାରୀ ହସ୍ପିଟାଲର ଅବ୍ୟବସ୍ଥା ବା କାହାକୁ ଅଛପା । ରୋଗୀ ସେବା ହେଉ କି ସୁବିଧା , ଅବହେଳା ସମସ୍ତଙ୍କ ସାମ୍ନାରେ । ଠିକ୍ ସେମିତି ବିହାର ପାଟଣାର ନାଳନ୍ଦା ମେଡିକାଲ୍ କଲେଜ ହସ୍ପିଟାଲର ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନାଳନ୍ଦା ହସ୍ପିଟାଲକୁ ହାଡ଼ରୋଗର ଚିକିତ୍ସା କରିବାକୁ ଆସିଥିବା ଜଣେ ରୋଗୀଙ୍କ ଗୋଡ଼ର ଚାରୋଟି ଆଙ୍ଗୁଠିକୁ ମୂଷା ଖଣ୍ଡିଆ କରିଦେଇଛି । ରୋଚକ କଥା ହେଉଛି ସୋସିଆଲ୍ ମିଡିଆ ଏକ୍ସରେ ଏହି ମାମଲାକୁ ନେଇ ଆରଜେଡି ନେତା ତେଜସ୍ବୀ ଯାଦବ ପୋଷ୍ଟ୍ କରିଛନ୍ତି ।
/kanak/media/media_files/2025/05/20/sswmiXjzRxiG9FqntZVZ.jpg)
ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ରୋଗୀ ସଂପର୍କୀୟଙ୍କ ଭିତରେ ହୋହଲ୍ଲା ଆରମ୍ଭ ହେଲା । ସଂପର୍କୀୟ ଏନେଇ ହସ୍ପିଟାଲ୍ ୱାର୍ଡ ପ୍ରଭାରୀଙ୍କୁ ପ୍ରଶ୍ନ କରିଥିଲେ ଯାହା ପରେ ମାମଲାକୁ ଘୋଡ଼ାଇବା ପାଇଁ କ୍ଷତ ସ୍ଥାନରେ ବ୍ୟାଣ୍ଡେଜ୍ ଲଗାଇ ଦେଇଥିଲେ ପ୍ରଭାରୀ । ହାଡ଼ ରୋଗ ବିଶେଷଜ୍ଞ ଡାକ୍ତର ଓମ୍ ପ୍ରକାଶ ମଧ୍ୟ ସ୍ବୀକାର କରିଛନ୍ତି ଯେ ନାଳନ୍ଦା ମେଡିକାଲ୍ କଲେଜ ହସ୍ପିଟାଲରେ ମୂଷାଙ୍କ ସଂଖ୍ୟା ଅଧିକ ଅଛି । ଏନେଇ ସେ ଲିଖିତ ପତ୍ର ମାଧ୍ୟମରେ ହସ୍ପିଟାଲର ଅଧ୍ୟକ୍ଷଙ୍କୁ ସୂଚନା ଦେଇଥିଲେ । ମୂଷା ଆସୁଥିବା ଜାଗାରେ ଯନ୍ତା ପକାଇବା ପାଇଁ ଏବଂ ସଫେଇ କର୍ମୀଙ୍କୁ ସଫାସୁତୁରା ଉପରେ ଅଧିକ ଧ୍ୟାନ ଦେବା ପାଇଁ ଆଦେଶ ଦିଆଯାଇଛି ।
पटना के (NMCH) नालंदा मेडिकल कॉलेज अस्पताल में भर्ती दिव्यांग मरीज जो रात के समय गहरी नींद में थे तो उनके पैर की उंगलियों को चूहे ने कुतर दिया। इसी अस्पताल में बीते दिनों एक मृतक की आंख को चूहे ने कुतर दिया था लेकिन किसी पर अभी तक कोई कारवाई नहीं हुई।
— Tejashwi Yadav (@yadavtejashwi) May 20, 2025
अंदरखाने RSS/BJP के CM… pic.twitter.com/Bej7YkjcXq
ଏହି ମାମଲାକୁ ନେଇ ତେଜସ୍ବୀ ଯାଦବ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ୍ କରି ପ୍ରଶ୍ନ ଉଠାଇଥିଲେ । ନାଳନ୍ଦା ମେଡିକାଲ୍ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ଦିବ୍ୟାଙ୍ଗ ରୋଗୀଙ୍କ ପାଦକୁ ରାତି ସମୟରେ ମୂଷା କ୍ଷତାକ୍ତ କରି ଦେଇଥିଲା । କିଛି ଦିନ ତଳେ ଜଣେ ମୃତବ୍ୟକ୍ତିଙ୍କ ଆଖିକୁ ମୂଷା ଖାଇ ଦେଇଥିବାର ଅଭିଯୋଗ ଆସିଥିଲେ ହେଁ କେହି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ।