ବିହାରରେ SIR ପଲିଟିକ୍ସ : ନୀତିଶଙ୍କୁ ଲାଭ, ଲାଲୁଙ୍କୁ କ୍ଷତି !

Advertisment

ବର୍ତ୍ତମାନ ସମୟରେ ଏସଆଇଆରର ଡ୍ରାଫ୍ ଆସିସାରିଛି । ତେବେ ୨୦୨୫ ମସିହା ଜୁନ୍ ମାସ ସୁଦ୍ଧା ବିହାରରେ ୭.୮୯ କୋଟି ଭୋଟର ଥିବାବେଳେ, ଡ୍ରାଫ୍ଟରେ କେବଳ ୭.୨୪ କୋଟି ଲୋକଙ୍କ ନାଁ ସାମିଲ କରାଯାଇଛି । ଭୋଟର ଡ୍ରାଫ୍ଟ ଲିଷ୍ଟରେ ୬୫.୬ ଲକ୍ଷ ଲୋକଙ୍କୁ (ମୋଟ ଭୋଟରଙ୍କ ୮ ପ୍ରତିଶତ) ବାଦ୍ ଦିଆଯାଇଛି ।

ବର୍ତ୍ତମାନ ସମୟରେ ଏସଆଇଆରର ଡ୍ରାଫ୍ ଆସିସାରିଛି । ତେବେ ୨୦୨୫ ମସିହା ଜୁନ୍ ମାସ ସୁଦ୍ଧା ବିହାରରେ ୭.୮୯ କୋଟି ଭୋଟର ଥିବାବେଳେ, ଡ୍ରାଫ୍ଟରେ କେବଳ ୭.୨୪ କୋଟି ଲୋକଙ୍କ ନାଁ ସାମିଲ କରାଯାଇଛି । ଭୋଟର ଡ୍ରାଫ୍ଟ ଲିଷ୍ଟରେ ୬୫.୬ ଲକ୍ଷ ଲୋକଙ୍କୁ (ମୋଟ ଭୋଟରଙ୍କ ୮ ପ୍ରତିଶତ) ବାଦ୍ ଦିଆଯାଇଛି ।

SIR POLITICS

SIR POLITICS Photograph: (KANAK NEWS)

କନକ ବ୍ୟୁରୋ: ବିହାରରେ ଏସଆଇଆରକୁ ନେଇ ରାଜନୀତି ଥମିବାର ନା ନେଉନି । ବର୍ତ୍ତମାନ ସମୟରେ ଏସଆଇଆରର ଡ୍ରାଫ୍ ଆସିସାରିଛି । ତେବେ ୨୦୨୫ ମସିହା ଜୁନ୍ ମାସ ସୁଦ୍ଧା ବିହାରରେ ୭.୮୯ କୋଟି ଭୋଟର ଥିବାବେଳେ, ଡ୍ରାଫ୍ଟରେ କେବଳ ୭.୨୪ କୋଟି ଲୋକଙ୍କ ନାଁ ସାମିଲ କରାଯାଇଛି । ଭୋଟର ଡ୍ରାଫ୍ଟ ଲିଷ୍ଟରେ ୬୫.୬ ଲକ୍ଷ ଲୋକଙ୍କୁ (ମୋଟ ଭୋଟରଙ୍କ ୮ ପ୍ରତିଶତ) ବାଦ୍ ଦିଆଯାଇଛି । ତେବେ ଯଦି ଏହି ଲୋକମାନେ ନିଜର ଅଭିଯୋଗ ଦାଖଲ ନକରନ୍ତି, ତେବେ ସେମାନଙ୍କୁ ଫାଇନାଲ୍ ଲିଷ୍ଟରୁ ବାହାର କରିଦିଆଯିବ । ତେଣୁ ଆଜି ଆସନ୍ତୁ ଏହି ସ୍ପେଶାଲ ଇଣ୍ଟେସିବ୍ ରିଭିଜନ୍ (ଏସଆଇଆର୍) ବିଶ୍ଳେଷଣ କରିବା...

ଗୋପାଳଗଞ୍ଜ ସବୁଠୁ ଅଧିକ ପ୍ରଭାବିତ

ବିହାରରେ ହୋଇଥିବା ଏହି ଏସଆଇଆର୍ ଦ୍ୱାରା ଗୋପାଳଗଞ୍ଜ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ସେଠାକାର ପ୍ରାୟତଃ ୧୫.୧୦ ପ୍ରତିଶତ ଲୋକଙ୍କୁ ଡ୍ରାଫ୍ଟରେ ସାମିଲ କରାଯାଇନି । ଏହାପରେ ଦ୍ୱିତୀୟ ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ହେଉଛି ପୂର୍ଣ୍ଣିଆ ଏବଂ ତୃତୀୟ ହେଉଛି କିଶନଗଞ୍ଜ । ସେଠାକାର ଯଥାକ୍ରମେ ୧୨.୦୮ ପ୍ରତିଶତ ଏବଂ ୧୧.୮୨ ପ୍ରତିଶତ ଲୋକଙ୍କୁ ଭୋଟର ଡ୍ରାଫ୍ଟ ଲିଷ୍ଟରେ ଜାଗା ମିଳିନି ।

ବିହାର ରାଜନୀତିକୁ ପାଖରୁ ଦେଖିଥିବା ଲୋକ ନିଶ୍ଚୟ ଜାଣିଥିବେ ଯେ, ବିହାରର ସୀମାଞ୍ଚଳରେ ଚାରୋଟି ଜିଲ୍ଲା ଆସିଥାଏ । ଅରରିୟା, କିଶନଗଞ୍ଜ, ପୂର୍ଣ୍ଣିଆ ଆଉ କଟିହାର । ଯଦି ଏହି ୪ଟି ଜିଲ୍ଲାର କଥା କହିବା, ତେବେ ଏହି ୪ଟି ଜିଲ୍ଲା ଭିତରୁ ପୂର୍ଣ୍ଣିଆର ୧୨.୦୮ ପ୍ରତିଶତ ଲୋକ, କିଶନଗଞ୍ଜନର ୧୧.୮୨ ପ୍ରତିଶତ ଲୋକ, କଟିହାରର ୮.୨୭ ପ୍ରତିଶତ ଲୋକ ଏବଂ ଅରରିୟାର ୭.୫୯ ପ୍ରତିଶତ ଲୋକଙ୍କୁ ଡ୍ରାଫ୍ଟ ଲିଷ୍ଟରୁ ବାହାର କରିଦିଆଯାଇଛି । ଜାଣିରଖିବା ଉଚିତ ଯେ, ଏହି ଅଞ୍ଚଳରେ ମୁସଲିମ ଲୋକଙ୍କ ସଂଖ୍ୟା ବେଶି, ଆଉ ଏହି ସ୍ଥାନରୁ ଅଧିକ ଭୋଟରଙ୍କ ନାଁ କଟିବା ରାଜନୀତିକୁ ସରଗରମ କରିଛି । ବିଜେପି ଜାଣିଶୁଣି ଏମିତି କରିଛି ବୋଲି ବିରୋଧୀମାନେ ଦାବି କରୁଛନ୍ତି ।

ସବୁଠୁ କମ ପ୍ରଭାବିତ ଜିଲ୍ଲା

ବିହାରରେ କରାଯାଇଥିବା ଏସଆଇଆରରେ ସବୁଠୁ କମ ପ୍ରଭାବିତ ଜିଲ୍ଲା ହେଉଛି ଶେଖପୁରା । ସେଠାକାର ମାତ୍ର ୫.୧୩ ପ୍ରତିଶତ ଭୋଟରଙ୍କୁ ଡ୍ରାଫ୍ଟ ଲିଷ୍ଟରୁ ବାହାରେ ରଖାଯାଇଛି । ଏହାପରେ ଅରବଲ ଆଉ ନାଳନ୍ଦା ଜିଲ୍ଲା ରହିଛି । ଅନ୍ୟପଟେ ବିହାରର ରାଜଧାନୀ ପାଟଣାର ୭.୮୪ ପ୍ରତିଶତ ଲୋକ ଭୋଟର ଡ୍ରାଫ୍ଟ ଲିଷ୍ଟରୁ ବାହାରେ ରହିଛନ୍ତି ।

ଲାଲୁଙ୍କୁ କ୍ଷତି, ନୀତିଶଙ୍କୁ ଲାଭ!

ବିହାରର ଦୁଇ ପ୍ରମୁଖ ନେତାଙ୍କ ଭିତରୁ ଜଣେ ହେଉଛନ୍ତି ନୀତିଶ କୁମାର ଆଉ ଜଣେ ହେଉଛନ୍ତି ଲାଲୁ ଯାଦବ । ତେଣୁ ଦେଖିବାକୁ ଗଲେ ଲାଲୁ ପ୍ରସାଦ ଯାଦବଙ୍କ ନିଜ ଜିଲ୍ଲା ହେଉଛି ଗୋପାଳଗଞ୍ଜ ଆଉ ନୀତିଶଙ୍କ ନିଜ ଜିଲ୍ଲା ହେଉଛି ନାଳନ୍ଦା । ତେବେ ଡ୍ରାଫ୍ଟ ଲିଷ୍ଟରେ ନୀତିଶ କୁମାରଙ୍କ ଜିଲ୍ଲା ନାଳନ୍ଦାରୁ କେବଳ ୬ ପ୍ରତିଶତ ଲୋକ ଡ୍ରାଫ୍ଟ ଲିଷ୍ଟରୁ ବାଦ୍ ପଡ଼ିଛନ୍ତି । ସେହିପରି ଲାଲୁ ଯାଦବଙ୍କ ନିଜ ଜିଲ୍ଲା ଗୋପାଳଗଞ୍ଜରୁ ୧୫ ପ୍ରତିଶତରୁ ଅଧିକ ଲୋକ ଡ୍ରାଫ୍ଟ ଲିଷ୍ଟରୁ ବାଦ୍ ପଡ଼ିଛନ୍ତି । ଯେଉଁମାନେ କି ଅଧିକାଂଶ ସମୟରେ ନିଜ ଜିଲ୍ଲାର ନେତାଙ୍କୁ ହିଁ ଭୋଟ୍ ଦେଉଥିଲେ । ତେଣୁ ଏହାଦ୍ୱାରା ଲାଲୁ ଯାଦବଙ୍କୁ କ୍ଷତି ପହଞ୍ଚିଥିବାବେଳେ, ନୀତିଶ ନିହାତି ଲାଭରେ ରହିବେ ବୋଲି ଚର୍ଚ୍ଚା ହେଉଛି ।

ଜାଣିରଖିବା ଉଚିତ ଯେ, ଚଳିତବର୍ଷ ଶେଷ ଆଡ଼କୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏଥର ନିର୍ବାଚନରେ ଏସଆଇଆର ଗୋଟିଏ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ହେଲେ ଏହି ଏସଆଇଆର୍ ପ୍ରସଙ୍ଗ ବିହାର ରାଜନୀତିକୁ କେଉଁ ମୋଡ଼ ଦେଉଛି ଏବେ ତାହା ହିଁ ଦେଖିବାକୁ ବାକି ରହିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe