କନକ ବ୍ୟୁରୋ : ବିହାର ମତଦାତା ସୂଚୀର ବିଶେଷ ପୁନଃନିରୀକ୍ଷଣ ମାମଲାରେ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଆୟୋଗ କହିଛନ୍ତି କି, ବିହାରରେ କୌଣସି ବି ଯୋଗ୍ୟ ମତଦାତାଙ୍କ ନାମ ବିନା ପୂର୍ବ ସୂଚନା, ଶୁଣାଣି ପୂର୍ବରୁ କଟାଯିବନାହିଁ । ସମସ୍ତ ଯୋଗ୍ୟ ମତଦାତାଙ୍କ ତାଲିକା ଫାଇନାଲ ସୂଚୀରେ ଯୋଡ଼ା ଯିବାକୁ ଯଥାସମ୍ଭବ ଚେଷ୍ଟା କରାଯିବ । 

Advertisment

ଆସୋସିଏସନ ଫର ଡେମୋକ୍ରାଟିକ ରିଫମର୍ସ ବା ଏଡିଆର ତରଫରୁ ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇଥିଲା କି, ନିର୍ବାଚନ ଆୟୋଗ ଭୂଲ ପଦ୍ଧତି ଆପଣାଇ ବିହାରର ୬୫ ଲକ୍ଷ ମତଦାତାଙ୍କ ନାମ ତାଲିକା ସୂଚୀରୁ ବାହାର କରାଯାଇଛି । ଏହାସହ ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ନାମ ଆୟୋଗ ସାର୍ବଜନୀନ କରୁନାହାନ୍ତି । ଏହାପରେ ଅଗଷ୍ଟ ୬ ତାରିଖରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ସତ୍ୟପାଠ ଦାଖଲ କରି ସ୍ଥିତି ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୧୩ ତାରିଖରେ ହେବ । 

ଆୟୋଗ ତାର ପ୍ରଥମ ସତ୍ୟପାଠରେ କହିଛନ୍ତି କି, ଏସଆଇଆରର ପ୍ରଥମ ପର୍ଯ୍ୟାୟ କାମ ସମ୍ପୂର୍ଣ୍ଣ ହୋଇସାରିଛି । ଏହାସହ ପ୍ରଥମ ପର୍ଯ୍ୟାୟ ମତଦାତା ସୂଚୀ ମଧ୍ୟ ପ୍ରକାଶିତ ହୋଇଛି । ବିହାରରେ ମୋଟ ୭.୮୯ କୋଟି ମତଦାତାଙ୍କ ମଧ୍ୟରୁ ୭.୨୪ କୋଟି ମତଦାତା ଦସ୍ତାବିଜ୍ ସହ ଆବେଦନ କରିଥିଲେ । 
ନିର୍ବାଚନ ଆୟୋଗ କହିଛନ୍ତି କି, କାହାର ବି ନାମ କଟାଯିବା ପୂର୍ବରୁ ସେମାନଙ୍କୁ ନୋଟିସ କରାଯିବ, ଶୁଣାଣି କରିବେ ଓ ଉପଯୁକ୍ତ କାରଣ ଦର୍ଶାଇ ସେମାନଙ୍କ ନାମ କଟାଯିବ ।