ପ୍ରକାଶ ପାଇଲା ବିହାରର ଫାଇନାଲ ଭୋଟର ତାଲିକା, ଯୋଡ଼ି ହେଲେ ୧୪ ଲକ୍ଷ ନୂଆ ଭୋଟର

ନିର୍ବାଚନ ଆୟୋଗ କହିଛନ୍ତି କି, କୌଣସି ବି ମତଦାତା ଅଧିକାରୀକ ପୋର୍ଟାଲ https://voters.eci.gov.in/ ଯାଇ ନିଜର ବିବରଣୀ ଦେଖିପାରିବେ । ଏସଆଇଆର ପ୍ରକ୍ରିୟା କ୍ରମରେ ନୂଆ ଭୋଟରଙ୍କ ନାମ ଯୋଡ଼ା ଯାଇଛି । ଏହାସହ ନକଲି ଓ ମୃତକମାନଙ୍କ ନାମ କଟାଯାଇଛି । ଏହାସହ ଯେଉଁ ଭୋଟରମାନେ ସ୍ଥାନାନ୍ତରଣ ହୋଇଛନ୍ତି ସେମାନଙ୍କ ଠିକଣା ମଧ୍ୟ ଅପଡେଟ୍ କରାଯାଇଛି । 

20

କନକ ବ୍ୟୁରୋ : ବିହାରରେ ଏସଆଇଆର ପରେ ଆଜି ନିର୍ବାଚନ ଆୟୋଗ ଫାଇନାଲ ଭୋଟର ତାଲିକା ଜାରି କରିଛନ୍ତି । ବିହାରରେ ପ୍ରଥମେ ୭ କୋଟି ୮୯ ଲକ୍ଷ ୬୯ ହଜାର ୮୪୪ ଭୋଟର ଥିଲେ । ଏସଆଇଆରରେ ୬୫ ଲକ୍ଷ ଭୋଟରଙ୍କ ନାମ କଟାଯାଇଥିଲା । ଏହାପରେ ୭.୨୪ କୋଟି ରହିଥିଲେ । ଏହାକୁ ନେଇ ବିରୋଧୀ ହୋ ହାଲ୍ଲା କରିବା ପରେ ମାମଲା ସୁପ୍ରିମକୋର୍ଟରେ ପହଂଚିଥିଲା । ଏବେ ଫାଇନାଲ ଭୋଟର ତାଲିକାରେ ୧୪ ଲକ୍ଷ ଭୋଟରଙ୍କୁ ଯୋଡ଼ା ଯାଇଛି । 

ନିର୍ବାଚନ ଆୟୋଗ କହିଛନ୍ତି କି, କୌଣସି ବି ମତଦାତା ଅଧିକାରୀକ ପୋର୍ଟାଲ https://voters.eci.gov.in/ ଯାଇ ନିଜର ବିବରଣୀ ଦେଖିପାରିବେ । ଏସଆଇଆର ପ୍ରକ୍ରିୟା କ୍ରମରେ ନୂଆ ଭୋଟରଙ୍କ ନାମ ଯୋଡ଼ା ଯାଇଛି । ଏହାସହ ନକଲି ଓ ମୃତକମାନଙ୍କ ନାମ କଟାଯାଇଛି । ଏହାସହ ଯେଉଁ ଭୋଟରମାନେ ସ୍ଥାନାନ୍ତରଣ ହୋଇଛନ୍ତି ସେମାନଙ୍କ ଠିକଣା ମଧ୍ୟ ଅପଡେଟ୍ କରାଯାଇଛି । 

ନିର୍ବାଚନ ଆୟୋଗଙ୍କ ତରଫରୁ ଅଗଷ୍ଟ ପହିଲାରେ ଜାରି ହୋଇଥିବା ଡ୍ରାଫ୍ଟ ଲିଷ୍ଟରେ ୭ କୋଟି ୨୪ ଲକ୍ଷ ୫ ହଜାର ୭୫୬ ଜଣଙ୍କ ନାମ ଥିଲା । ହେଲେ ୬୫.୬୩ ଲକ୍ଷ ଭୋଟରଙ୍କ ନାମ କଟାଯାଇଥିଲା । ଡ୍ରାଫ୍ଟ ଭୋଟର ତାଲିକା ଜାରି ହେବା ପରେ ନିର୍ବାଚନ ଆୟୋଗ ୩ ଲକ୍ଷ ଲୋକଙ୍କୁ ନୋଟିସ ଜାରି କରିଥିଲା । ନୋଟିସ ପାଇବା ପରେ ୨.୧୭ ଲକ୍ଷ ଲୋକ ତାଲିକାର ନାମ କାଟିବା ଓ ୧୬.୯୩ ଲକ୍ଷ ଲୋକ ତାଲିକାରେ ନାମ ଯୋଡ଼ିବାକୁ ଆବେଦନ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe