ବିହାର ନିର୍ବାଚନ ପୂର୍ବରୁ ଭୋଟର ଲିଷ୍ଟରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି, ଯାଞ୍ଚ ଆରମ୍ଭ କଲେ ନିର୍ବାଚନ କମିସନ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ପଦକ୍ଷେପ ନେଇଛନ୍ତି ନିର୍ବାଚନ ଆୟୋଗ । ରାଜ୍ୟରେ ଭୋଟର ଲିଷ୍ଟର ପୁନଃ ଯାଞ୍ଚ ଆରମ୍ଭ କରିଛନ୍ତି । ଜାଣନ୍ତୁ ଯାଞ୍ଚ ପଛର କାରଣ…

ଅଦ୍ୟତନ ହୋଇଛି
Voters list

କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ଲିଷ୍ଟ ଯାଞ୍ଚ ଆରମ୍ଭ କରିଛନ୍ତି ନିର୍ବାଚନ ଆୟୋଗ । ଅଚାନକ ଭୋଟର ଲିଷ୍ଟ ଯାଞ୍ଚର ଅନେକ କାରଣ ରହିଛି । ଭୋଟର ଲିଷ୍ଟକୁ ତ୍ରୁଟିଶୂନ୍ୟ କରିବା ଏହି ଯାଞ୍ଚର ମୁଖ୍ୟ ଉଦ୍ଦେଶ୍ୟ । ବର୍ତ୍ତମାନ ସମୟରେ  ସହରୀକରଣ ବଢିବାରେ ଲାଗିଛି । ଅନେକ ବ୍ୟକ୍ତି ନିଜ ଅଞ୍ଚଳ ଛାଡ଼ି ସାରିଛନ୍ତି । ଏହାଛଡ଼ା ନୂଆ ଭୋଟର ମଧ୍ୟ ଯୋଡ଼ି ହେଉଛନ୍ତି । କେତେକ ଭୋଟରଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ବାବଦରେ କୌଣସି ସୂଚନା ମିଳିପାରିନାହିଁ । ଏସବୁକୁ ଦୃଷ୍ଟିରେ ରଖି ବିହାର ଭୋଟର ଲିଷ୍ଟ ପୁନଃ ନିରୀକ୍ଷଣ କରାଯାଉଛି । ଯାହାଦ୍ୱାରା ଯଦି କେହି ବିଦେଶୀ ଭୋଟର କାର୍ଡ ହାତେଇଥିବେ ସେମାନଙ୍କ ବିଷୟରେ ବି ଜଣା ପଡ଼ିବ ତଥ୍ୟ । ତେଣୁ ପୁଣି ଥରେ ଭୋଟର ଲିଷ୍ଟ ଯାଞ୍ଚ ହେଉଛି । ଶେଷ ଥର ପାଇଁ ଗତ ୨୦୦୩ରେ ବିହାରରେ ଏଭଳି ଯାଞ୍ଚ କରାଯାଇଥିଲା ।  

ଭୋଟର ଲିଷ୍ଟ ଯାଞ୍ଚ ପାଇଁ ବୁଥ୍‌ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ସର୍ବେକ୍ଷଣ କରୁଛନ୍ତି । ଏହାଦ୍ୱାରା ମତଦାତାଙ୍କ ସୂଚୀରେ ପାରଦର୍ଶିତା ଆସିବ । ଅନୁଚ୍ଛେଦ ୩୨୬ ଜନପ୍ରତିନିଧି ଅଧିନିୟମ ଧାରା ୧୬ ମୁତାବକ ଭୋଟର ଲିଷ୍ଟରେ ଯୋଡ଼ି ହୋଇଥିବା କିମ୍ବା ଯୋଡ଼ି ହେବାକୁ ଥିବା ବ୍ୟକ୍ତିଙ୍କ ଆଇନ ଅନୁଯାୟୀ ଯୋଗ୍ୟତା ଯାଞ୍ଚ କରାଯାଉଛି । ଏହାକୁ ନେଇ ନିର୍ବାଚନ ଆୟୋଗ କହିଛନ୍ତି ଯେ କେବଳ ଯୋଗ୍ୟ ବ୍ୟକ୍ତି ହିଁ ଏଥର ଭୋଟର ଲିଷ୍ଟରେ ଯୋଡ଼ି ହେବେ । ଯେଉଁମାନେ ଅଯୋଗ୍ୟ ସେମାନଙ୍କ ନାମ ଏହି ଲିଷ୍ଟରୁ ହଟାଇ ଦିଆଯିବ ।   

ନିକଟରେ ହିଁ ଭୋଟର ଲିଷ୍ଟରେ ହେରଫେର ହେଉଥିବା ନେଇ ଅଭିଯୋଗ କରିଥିଲେ ବିରୋଧୀ । ବିଜେପିର ଲାଭ ପାଇଁ ଭୋଟର ଲିଷ୍ଟରେ ଅଦଳବଦଳ କରାଯାଉଥିବା ନେଇ ଗମ୍ଭୀର ଅଭିଯୋଗ ଆସିଥିଲା । ଏଣୁ ଭୋଟର ଲିଷ୍ଟ୍‌ରେ ପାରଦର୍ଶିତା ଆଣିବା ସହ ବିଶ୍ୱସନିୟତା ଆଣିବାକୁ ଯାଞ୍ଚ ଆରମ୍ଭ କରିଛନ୍ତି ନିର୍ବାଚନ ଆୟୋଗ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe