କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ଲିଷ୍ଟ ଯାଞ୍ଚ ଆରମ୍ଭ କରିଛନ୍ତି ନିର୍ବାଚନ ଆୟୋଗ । ଅଚାନକ ଭୋଟର ଲିଷ୍ଟ ଯାଞ୍ଚର ଅନେକ କାରଣ ରହିଛି । ଭୋଟର ଲିଷ୍ଟକୁ ତ୍ରୁଟିଶୂନ୍ୟ କରିବା ଏହି ଯାଞ୍ଚର ମୁଖ୍ୟ ଉଦ୍ଦେଶ୍ୟ । ବର୍ତ୍ତମାନ ସମୟରେ ସହରୀକରଣ ବଢିବାରେ ଲାଗିଛି । ଅନେକ ବ୍ୟକ୍ତି ନିଜ ଅଞ୍ଚଳ ଛାଡ଼ି ସାରିଛନ୍ତି । ଏହାଛଡ଼ା ନୂଆ ଭୋଟର ମଧ୍ୟ ଯୋଡ଼ି ହେଉଛନ୍ତି । କେତେକ ଭୋଟରଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ବାବଦରେ କୌଣସି ସୂଚନା ମିଳିପାରିନାହିଁ । ଏସବୁକୁ ଦୃଷ୍ଟିରେ ରଖି ବିହାର ଭୋଟର ଲିଷ୍ଟ ପୁନଃ ନିରୀକ୍ଷଣ କରାଯାଉଛି । ଯାହାଦ୍ୱାରା ଯଦି କେହି ବିଦେଶୀ ଭୋଟର କାର୍ଡ ହାତେଇଥିବେ ସେମାନଙ୍କ ବିଷୟରେ ବି ଜଣା ପଡ଼ିବ ତଥ୍ୟ । ତେଣୁ ପୁଣି ଥରେ ଭୋଟର ଲିଷ୍ଟ ଯାଞ୍ଚ ହେଉଛି । ଶେଷ ଥର ପାଇଁ ଗତ ୨୦୦୩ରେ ବିହାରରେ ଏଭଳି ଯାଞ୍ଚ କରାଯାଇଥିଲା ।
ଭୋଟର ଲିଷ୍ଟ ଯାଞ୍ଚ ପାଇଁ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ସର୍ବେକ୍ଷଣ କରୁଛନ୍ତି । ଏହାଦ୍ୱାରା ମତଦାତାଙ୍କ ସୂଚୀରେ ପାରଦର୍ଶିତା ଆସିବ । ଅନୁଚ୍ଛେଦ ୩୨୬ ଜନପ୍ରତିନିଧି ଅଧିନିୟମ ଧାରା ୧୬ ମୁତାବକ ଭୋଟର ଲିଷ୍ଟରେ ଯୋଡ଼ି ହୋଇଥିବା କିମ୍ବା ଯୋଡ଼ି ହେବାକୁ ଥିବା ବ୍ୟକ୍ତିଙ୍କ ଆଇନ ଅନୁଯାୟୀ ଯୋଗ୍ୟତା ଯାଞ୍ଚ କରାଯାଉଛି । ଏହାକୁ ନେଇ ନିର୍ବାଚନ ଆୟୋଗ କହିଛନ୍ତି ଯେ କେବଳ ଯୋଗ୍ୟ ବ୍ୟକ୍ତି ହିଁ ଏଥର ଭୋଟର ଲିଷ୍ଟରେ ଯୋଡ଼ି ହେବେ । ଯେଉଁମାନେ ଅଯୋଗ୍ୟ ସେମାନଙ୍କ ନାମ ଏହି ଲିଷ୍ଟରୁ ହଟାଇ ଦିଆଯିବ ।
ନିକଟରେ ହିଁ ଭୋଟର ଲିଷ୍ଟରେ ହେରଫେର ହେଉଥିବା ନେଇ ଅଭିଯୋଗ କରିଥିଲେ ବିରୋଧୀ । ବିଜେପିର ଲାଭ ପାଇଁ ଭୋଟର ଲିଷ୍ଟରେ ଅଦଳବଦଳ କରାଯାଉଥିବା ନେଇ ଗମ୍ଭୀର ଅଭିଯୋଗ ଆସିଥିଲା । ଏଣୁ ଭୋଟର ଲିଷ୍ଟ୍ରେ ପାରଦର୍ଶିତା ଆଣିବା ସହ ବିଶ୍ୱସନିୟତା ଆଣିବାକୁ ଯାଞ୍ଚ ଆରମ୍ଭ କରିଛନ୍ତି ନିର୍ବାଚନ ଆୟୋଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/25/voters-list-2025-06-25-15-40-52.jpg)