ବିହାର ରାଜନୀତିରେ ବଢ଼ୁଛି ଉଷ୍ମତା : ଆସନ ଭାଗବଣ୍ଟା ନେଇ ଜୋରଦାର ଅଙ୍କକଷା,ସେପଟେ କଂଗ୍ରେସର ବଡ଼ ଘୋଷଣା

୨୦୨୫ରେ ବିହାର ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି ।

bihar politics

bihar politics Photograph: (KanakNews)

କନକ ବ୍ୟୁରୋ : ବିହାର ରାଜନୀତିରେ ବଢ଼ୁଛି ଉଷ୍ମତା । ତିନୋଟି ଅପଡେଟକୁ ନେଇ ହେଉଛି ଚର୍ଚ୍ଚା । ପ୍ରଥମଟି ହେଉଛି ନଡ୍ଡାଙ୍କ ଘରେ ଏନଡିଏ ନେତାଙ୍କ ବୈଠକ ବସୁଛି । ଦ୍ବିତୀୟଟି ହେଉଛି ଏନଡିଏ ଆଜି ଆସନ ଘୋଷଣା କରିପାରେ । ଆଉ ତୃତୀୟ ହେଉଛି ସି-ଭୋଟର ସର୍ଭେ,ସର୍ଭେରେ କୁହାଯାଇଛି ତେଜସ୍ବୀ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ,ପ୍ରଶାନ୍ତ କିଶୋରଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ୨୦୨୫ରେ ବିହାର ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି । ସି-ଭୋଟର ସର୍ଭେ ପ୍ରକାଶ ପାଇବା ରାଜନୈତିକ ସମୀକରଣରେ ଏକ ନୂତନ ମୋଡ଼ ଆଣିଛି । ସର୍ଭେ ଅନୁଯାୟୀ, ବିହାରର ୫୧ ପ୍ରତିଶତ ବାସିନ୍ଦା ବିଶ୍ୱାସ କରନ୍ତି ଯେ ରାହୁଲ ଗାନ୍ଧୀଙ୍କ "ଭୋଟ ଅଧିକାର ଯାତ୍ରା" ମହାମେଣ୍ଟକୁ ଲାଭ ଦେବ । ସେହିପରି ୩୨.୮ ପ୍ରତିଶତ ବିଶ୍ୱାସ କରନ୍ତି ଯେ ଏହି ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ ।

ଦିଲ୍ଲୀରେ ବସୁଛି ଏନ୍‌ଡିଏର ବୈଠକ
ନଡ୍ଡାଙ୍କ ବାସଭବନରେ ବସିଛି ବୈଠକ
ବଡ଼ ଘୋଷଣା କରିଛି କଂଗ୍ରେସ
ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ହେଲେ ତେଜସ୍ବୀ 
ବିଜେପିରେ ସାମିଲ ହୋଇଥିବା ପବନ ସିଂହ କହିଛନ୍ତି, ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ
ଲଢ଼ିବା ଉଦ୍ଦେଶ୍ୟରେ ଦଳରେ ଯୋଗ ଦେଇ ନଥିଲି : ପବନ
ଚିରାଗ ପାସୱାନ ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି
କ୍ୟାମେରା ଆଗରେ ଖୁସି, ବୈଠକରେ ଆସନ ପାଇଁ ଜିଦ
ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି, ସମସ୍ତ ଦଳ ସହିତ ଆଲୋଚନା ଶେଷ ହୋଇଛି
ଦଳ ଭିତରେ ଆଭ୍ୟନ୍ତରୀଣ ଆଲୋଚନା ଚାଲିଛି
ମହାମେଣ୍ଟ ଆସନ ବଣ୍ଟନ ନେଇ କୌଣସି ସହମତିରେ ପହଞ୍ଚି ନାହିଁ
ସୂଚନା ଅନୁସାରେ, ମୁକେଶ ସାହାଣୀ ୨୦ ଆସନ ଦାବି କରୁଛନ୍ତି
ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡ଼ିକ ଭିଆଇପିଙ୍କୁ ୧୫ ରୁ ଅଧିକ ଆସନ ଦେବାକୁ ରାଜି ନାହାନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe