କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ସରଗରମ । ସବୁ ଦଳ ଜୋରଦାର ଚଳାଇଛନ୍ତି ସଜବାଜ । ହେଲେ ଆସନ ଭାଗବଣ୍ଟା ସବୁ ଦଳ ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଉଭୟ ଏନଡିଏ ଓ ମହାମେଣ୍ଟରେ ଆସନ ଭାଗବଣ୍ଟାକୁ ନେଇ ସହମତି ହୋଇପାରୁନି । ବିଜେପି ପାଇଁ ଚିରାଗ ପାସୱାନଙ୍କୁ ବୁଝାଇବା କଷ୍ଟକର ହୋଇପଡ଼ୁଛି । ସେପଟେ ମହାମେଣ୍ଟରେ କଂଗ୍ରେସ ଓ ଆରଜେଡି ନିଜର ସମ୍ଭାବ୍ୟ ଲାଭକ୍ଷତିର ସମୀକରଣ ଦେଖୁଛନ୍ତି । ଏସବୁ ଭିତରେ ପ୍ରଶାନ୍ତ କିଶୋରଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବା କିଛି ସର୍ଭେ କହିଲେଣି । ଏମଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସି ମଧ୍ୟ ବିହାର ରାଜନୈତିକ ଉଷ୍ମତାକୁ ଆହୁରି ବଢ଼ାଇ ଦେଇଛନ୍ତି । ତାଙ୍କ ଦଳ ୧୦୦ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା ଅସଦୁଦ୍ଦିନ କରିଛନ୍ତି । ମହାମେଣ୍ଟରେ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ତେଜସ୍ବୀ ଯାଦବ ନିଜକୁ ଦାବିଦାର ଭାବେ ଉପସ୍ଥାପନ କରୁଛନ୍ତି । ହେଲେ କଂଗ୍ରେସ ଏଯାଏଁ ପୁରା ଗ୍ରୀନ୍ ସିଗନାଲ ଦେଇ ନାହିଁ । ଏହାକୁ ନେଇ ମହାମେଣ୍ଟରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରୁନି। ଅନ୍ୟପଟେ ଏନଡିଏରେ ବୁଝାମଣା ପାଇଁ ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ଘରେ ବୈଠକ ବସିଛି ।
ଦିଲ୍ଲୀରେ ଏନଡିଏର ବୈଠକ
ନଡ୍ଡାଙ୍କ ବାସଭବନରେ ମାନସମନ୍ଥନ
ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ହେଲେ ତେଜସ୍ବୀ
କଂଗ୍ରେସ ସବୁଜସଂକେତ ଦେଇନାହିଁ
ବିଜେପିରେ ସାମିଲ ହୋଇଥିବା ପୱନ ସିଂହ ନିର୍ବାଚନ ଲଢ଼ିବେ ନାହିଁ
ଲଢ଼ିବା ଉଦ୍ଦେଶ୍ୟରେ ଦଳରେ ଯୋଗଦେଇ ନଥିଲି: ପବନ
ଚିରାଗ ପାସୱାନ ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ
କ୍ୟାମେରା ଆଗରେ ଖୁସି, ବୈଠକରେ ଆସନ ପାଇଁ ଜିଦ୍
ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି, ସମସ୍ତ ଦଳ ସହିତ ଆଲୋଚନା ହୋଇଛି
ଦଳରେ ଆଭ୍ୟନ୍ତରୀଣ ଆଲୋଚନା ଚାଲିଛି
ମହାମେଣ୍ଟ ଆସନ ବଣ୍ଟନ ନେଇ କୌଣସି ସହମତି ହୋଇନାହିଁ
ସୂଚନା ଅନୁସାରେ, ମୁକେଶ ସାହାଣୀ ୨୦ ଆସନ ଦାବି କରୁଛନ୍ତି
ଆରଜେଡି, କଂଗ୍ରେସ ଓ ବାମ ଦଳଗୁଡ଼ିକ ଭିଆଇପିକୁ ୧୫ରୁ ଅଧିକ ଆସନ ଦେବାକୁ ରାଜି ନାହାନ୍ତି