ବିହାର ସରକାର ଗଠନର ଫର୍ମୁଲା ବାହାରିଲା: ବିଜେପିର ୧୫ରୁ୧୬ ନେତା ହେବେ ମନ୍ତ୍ରୀ!

ବିହାରରେ ଏନଡିଏର ଜବରଦସ୍ତ ବିଜୟ ପରେ, ଏବେ ସମସ୍ତଙ୍କର ନଜର ନୂଆ ସରକାର ଉପରେ । ସରକାରରେ କାହାର ଦବଦବା ରହିବ? କାହାକୁ କେତେ ମନ୍ତ୍ରୀ ପଦ ମିଳିବ? ଏବେ ସେ ନେଇ ଚାଲିଛି ଅଙ୍କକଷା । ଖାସ୍ କରି ନୀତିଶଙ୍କ ଭାଗରେ କେତେ ମନ୍ତ୍ରୀ ରହୁଛନ୍ତି, ଆଉ ବିଜେପି ଭାଗରେ କେତେ ମନ୍ତ୍ରୀ ରହୁଛନ୍ତି, ତାକୁ ନେଇ ଆରମ୍ଭ ହେଇଛି ଚର୍ଚ୍ଚା ଆଲୋଚନା ।

NITISH AND MODI

NITISH AND MODI Photograph: (KANAK NEWS)

କନକ ବ୍ୟୁରୋ: ବିହାରରେ ଏନଡିଏର ଜବରଦସ୍ତ ବିଜୟ ପରେ, ଏବେ ସମସ୍ତଙ୍କର ନଜର ନୂଆ ସରକାର ଉପରେ । ସରକାରରେ କାହାର ଦବଦବା ରହିବ? କାହାକୁ କେତେ ମନ୍ତ୍ରୀ ପଦ ମିଳିବ? ଏବେ ସେ ନେଇ ଚାଲିଛି ଅଙ୍କକଷା । ଖାସ୍ କରି ନୀତିଶଙ୍କ ଭାଗରେ କେତେ ମନ୍ତ୍ରୀ ରହୁଛନ୍ତି, ଆଉ ବିଜେପି ଭାଗରେ କେତେ ମନ୍ତ୍ରୀ ରହୁଛନ୍ତି, ତାକୁ ନେଇ ଆରମ୍ଭ ହେଇଛି ଚର୍ଚ୍ଚା ଆଲୋଚନା । ଆଉ ଏହାରି ଭିତରେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ସେଥିରେ ବିହାର ସରକାର ଗଠନର ଗୋଟିଏ ଫର୍ମୁଲା ସାମ୍ନାକୁ ଆସିଛି । 

୬ ବିଧାୟକରେ ଜଣେ ମନ୍ତ୍ରୀ!

ଚର୍ଚ୍ଚା ହେଉଛି ବିହାରରେ ଏଥର ୬ ବିଧାୟକରେ ଗୋଟିଏ ମନ୍ତ୍ରୀପଦ ମିଳିବାର ଫର୍ମୁଲା ବାହାର କରାଯାଇଛି । ଅର୍ଥାତ ଏହି ଢାଞ୍ଚାରେ ହିଁ ଗଢ଼ାଯିବ ବିହାରର ନୂଆ ସରକାର । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବା ପରେ, ବିହାରର ପୁରୁଣା ସରକାର ଭାଙ୍ଗିବ । ଆଉ ଏହାପରେ ଏନଡିଏ ବିଧାୟକମାନଙ୍କର ବୈଠକ ବସି, ଏଥିରେ ଏନଡିଏର ନେତା ବଛାଯିବ । ନୂଆ ନେତା ବଛାଯିବା ପରେ, ରାଜ୍ୟପାଳଙ୍କୁ ଭେଟି ଏନଡିଏର ନେତା ସରକାର ଗଠନ କରିବା ନେଇ ଦାବି ଜଣାଇବେ । ଆଉ ତା ସହ ନଭେମ୍ବର ୧୯ କିମ୍ବା ୨୦ରେ ବିହାରର ଗାନ୍ଧୀ ମୈଦାନରେ ନୂଆ ସରକାର ଶପଥ ଗ୍ରହଣ କରିବ ।

ଆହୁରି ପଢ଼ନ୍ତୁ: Bihar News: ବିହାରରେ ନୂଆ ସରକାରର ଶପଥ ଗ୍ରହଣ ତାରିଖ ପକ୍କା ! ଇସ୍ତଫା ଦେବେ ନୀତୀଶ, ଗାନ୍ଧୀ ମୈଦାନରେ ଚାଲିଛି ପ୍ରସ୍ତୁତି

ବିଜେପିର ୧୫ରୁ ୧୬ ନେତା ମନ୍ତ୍ରୀ!

ଖାସ୍ ସୂତ୍ରରୁ ଯେଉଁ ତଥ୍ୟ ଏବେ ସାମ୍ନାକୁ ଆସିଛି, ସେଥିରୁ ଜଣାପଡ଼ୁଛି, ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରହିଲେ ବି, ମନ୍ତ୍ରୀମଣ୍ଡଳର ପ୍ରମୁଖ ବିଭାଗ କିନ୍ତୁ ବିଜେପି ହାତରେ ରହିବ । ୧୫ରୁ ୧୬ ଜଣ ବିଜେପିର ନେତା ମନ୍ତ୍ରୀ ଭାବେ ନୂଆ ସରକାରରେ ଶପଥ ନେଇପାରନ୍ତି । ସେହିପରି ଜେଡିୟୁର ୧୪ ଜଣ ନେତା ନୀତିଶଙ୍କ ନୂଆ ସରକାରରେ ମନ୍ତ୍ରୀ ଭାବେ ଶପଥ ନେବେ । ଆଉ ସେହି ଗଣିତ ଅନୁପାତରେ ଚିରାଗ ପାସଓ୍ୱାନଙ୍କ ଦଳକୁ ୩ଟି ମନ୍ତ୍ରୀପଦ ଆଉ ଜୀତନ ରାମ ମାଞ୍ଝୀ ଆଉ ଉପେନ୍ଦ୍ର କୁଶବାହାଙ୍କ ଦଳକୁ ଗୋଟିଏ ଲେଖାଏଁ ମନ୍ତ୍ରିପଦ ମିଳିପାରେ ।

ବିଜେପିର ରହିବେ ଦୁଇ ଉପ-ମୁଖ୍ୟମନ୍ତ୍ରୀ!

ବିହାରର ପୂର୍ବ ସରକାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ରହିଥିଲେ, ଆଉ ଉପ-ମୁଖ୍ୟମନ୍ତ୍ରୀ ରହିଥିଲେ ବିଜେପିର ଦୁଇ ନେତା । ଆଉ ସେହି ଗଣିତରେ ଏବେ ବି ନୂଆ ସରକାରରେ ବିଜେପିର ଦୁଇ ନେତା ଉପ-ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଖାସ୍ କରି ସମ୍ରାଟ ଚୌଧୁରୀ ବିଜେପିର ଉପ-ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ପକ୍କା ବୋଲି ଜଣାପଡୁଛି । ଏହାସହ ଚିରାଗ ପାସଓ୍ୱାନଙ୍କ ଦଳକୁ ମଧ୍ୟ ଏଥରର ମନ୍ତ୍ରିମଣ୍ଡଳରେ ଭଲ ବିଭାଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ: ଡାକ୍ତରଖାନା ନେବା ପାଇଁ ଆସିଲାନି ଆମ୍ବୁଲାନ୍ସ, ଚାଲିଗଲା ଜୀବନ

ବିହାରରେ ଏନଡିଏର ବମ୍ପର ବିଜୟ

ବିହାର ବିଧାନସଭା ନିର୍ବାଚନରେ ଏଥର ଏନଡିଏ ବମ୍ପର ବିଜୟ ହାସଲ କରିଛି । ତେଜସ୍ୱୀ ଆଉ ରାହୁଲଙ୍କ ଜଲଓ୍ୱା ଆଗରେ ମୋଦୀ ମ୍ୟାଜିକ୍ ଭାରି ପଡ଼ିଛି । ୨୪୩ ସିଟରୁ ଏକାକୀ ଏନଡିଏ ୨୦୨ ସିଟ୍ ଜିତିଥିବାବେଳେ, ମହାମେଣ୍ଟ ଜିତିଛି କେବଳ ୩୫ ଆସନ । ତେଣୁ ଏଥର ବିହାରରେ ପୁଣିଥରେ ନୀତିଶ ସରକାର ହେବାକୁ ଥିବାବେଳେ, ସରକାରରେ ବିଜେପିକୁ କେଉଁ କେଉଁ ମନ୍ତ୍ରିପଦ ମିଳୁଛି ,ତା ଉପରେ ଏବେ ସମସ୍ତଙ୍କର ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe