କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ମୁହାଁମୁହିଁ ହୋଇଛନ୍ତି । ବିହାର ବିଧାନପରିଷଦ ଗୃହରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଛି । ନୀତିଶ କୁମାର ରାବ୍ରୀ ଦେବୀଙ୍କୁ କଟାକ୍ଷ କରି କହିଥିଲେ କି, ପାର୍ଟି ତୁମ ସ୍ୱାମୀଙ୍କର ଓ ତୁମେ ତାଙ୍କ କ୍ଷମତାରେ ଏଠି ପହଂଚିପାରିଛ । ତେଣୁ ତୁମକୁ ଗୁରୁତର ସହ ନିଆଯାଇପାରିବ ନାହିଁ ।
ବିହାର ବିଧାନପରିଷଦରେ ଆଲୋଚନା ଚାଲିଥିବା ବେଳେ ନୀତିଶ କୁମାର କହିଥିଲେ କି, ମହାମେଣ୍ଟର ସଦସ୍ୟମାନେ ଏନଡିଏ ଓ ବିଜେପିକୁ ସଂରକ୍ଷଣ ଚୋର କହୁଛନ୍ତି, ଏହାପରେ ସେ ଆରଜେଡି ବାବଦରେ କିଛି କହିବାକୁ ଯାଉଥିବା ବେଳେ ରାବ୍ରୀ ଦେବୀ ଠିଆ ହୋଇପଡିଥିଲେ । ଏହାଦେଖି ନୀତିଶ କୁମାର ରାବ୍ରୀ ଦେବୀଙ୍କ ଉପରେ ବର୍ଷିଥିଲେ । ନୀତିଶ ରାବ୍ରୀ ଦେବୀଙ୍କୁ ଇଙ୍ଗିତ କରି ନିଜ ଚେୟାରରେ ବସିପଡ ବୋଲି କହିଥିଲେ । ପାର୍ଟି ତୁମ ସ୍ୱାମୀଙ୍କର ତୁମେ କିଛି ନୁହେଁ ବୋଲି କଟାକ୍ଷ ମଧ୍ୟ କରିଥିଲେ ।
ନୀତିଶ କୁମାର ଓ ରାବ୍ରୀ ଦେବୀଙ୍କ ମଧ୍ୟରେ କଳିଗୋଳ ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ବି ଏଭଳି ଅନେକ ଥର ଘଟିଛି । ଯେତେବେଳେ ନୀତିଶ କୁମାର କହିଥିଲେ କି, ଯେତେବେଳେ ତୁମ ସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଗଲା ତାହାର ସୁଯୋଗରେ ତୁମକୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତୁମେ ଯୋଗ୍ୟ ନଥିଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/25/fMD7xnu3btXqcin2TXK1.jpg)