କନକ ବ୍ୟୁରୋ : ବିହାରରୁ ଏକ ଅଜିବ ଗରିବ ଖବର ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜର ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଭାଗ ହୋଇଛନ୍ତି ଅର୍ଥାତ୍ ବାଣ୍ଟି ହୋଇଛନ୍ତି । ପ୍ରଥମ ସ୍ତ୍ରୀକୁ ନଜଣାଇ ବ୍ୟକ୍ତି ଜଣଙ୍କ ଦ୍ବିତୀୟ ବିବାହ କରିନେଲେ । ଏହା ପରେ ପ୍ରଥମ ସ୍ତ୍ରୀ ପୋଲିସ୍ ରେ ଅଭିଯୋଗ କରିଥିଲେ । ପୋଲିସ୍ ଏହି ମାମଲାଟିକୁ ପରିବାର ପରାମର୍ଶ କେନ୍ଦ୍ରକୁ ହସ୍ତାନ୍ତର କରିଦେଇଥିଲା ।
କାଉନସଲିଙ୍ଗ ପରେ ଉକ୍ତ ବ୍ୟକ୍ତିଙ୍କୁ କୁହାଗଲା ସପ୍ତାହକୁ ୩ ଦିନ ପ୍ରଥମ ସ୍ତ୍ରୀ ସହ ଏବଂ ଆଉ ବାକି ତିନି ଦିନ ଦ୍ବିତୀୟ ସ୍ତ୍ରୀ ସହ ରହିବାକୁ ନିର୍ଦ୍ଦେଶ ଦିଆଗଲା । ଆଉ ଯେଉଁ ଗୋଟିଏ ଦିନ ରହିଲା ନିଜ ଖୁସି ଅନୁସାରେ ସେ କେଉଁଠି ବି ସମୟ ବିତାଇପାରିବେ ।
/kanak/media/media_files/2025/02/17/IEIVKZe7gglyUNR5nElR.jpg)
ଏଥିସହିତ ପ୍ରଥମ ସ୍ତ୍ରୀ ଏବଂ ତାଙ୍କ ଦୁଇ ପିଲାଙ୍କ ପାଠପଢା ଏବଂ ଖାଇବା ଖର୍ଚ୍ଚ ପାଇଁ ପ୍ରତି ମାସରେ ୪ ହଜାର ଟଙ୍କା ମଧ୍ୟ ଦେବାକୁ ପଡିବ । ଏହିପରି ଘଟଣା ଘଟିଛି ବିହାରର ପୁଣ୍ଣିଆରେ । ଯାହା ଏବେ ଖୁବ୍ ଚର୍ଚ୍ଚା ହେଉଛି ।