ବିହାର ,ଭୋଟର ତାଲିକା ସଂଶୋଧନରେ ଆଧାର : ସୁପ୍ରିମ୍‌କୋର୍ଟ

Advertisment

ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନରେ ଆଧାର ଓ ଭୋଟରଙ୍କ ଫଟୋ ପରିଚୟ ପତ୍ର (ଇପିଆଇସି)କୁ ବୈଧ ଦସ୍ତାବିଜ ଭାବେ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଥିବାରୁ ସୁପ୍ରିମ୍‌କୋର୍ଟ ନିର୍ବାଚନ କମିସନଙ୍କୁ ପ୍ରଶ୍ନ କରିଛନ୍ତି ।

ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନରେ ଆଧାର ଓ ଭୋଟରଙ୍କ ଫଟୋ ପରିଚୟ ପତ୍ର (ଇପିଆଇସି)କୁ ବୈଧ ଦସ୍ତାବିଜ ଭାବେ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଥିବାରୁ ସୁପ୍ରିମ୍‌କୋର୍ଟ ନିର୍ବାଚନ କମିସନଙ୍କୁ ପ୍ରଶ୍ନ କରିଛନ୍ତି ।

suprime court

Photograph: (kanaknews)

କନକବ୍ୟୁରୋ : ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନରେ ଆଧାର ଓ ଭୋଟରଙ୍କ ଫଟୋ ପରିଚୟ ପତ୍ର (ଇପିଆଇସି)କୁ ବୈଧ ଦସ୍ତାବିଜ ଭାବେ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଥିବାରୁ ସୁପ୍ରିମ୍‌କୋର୍ଟ ନିର୍ବାଚନ କମିସନଙ୍କୁ ପ୍ରଶ୍ନ କରିଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଯାଞ୍ଚ ପ୍ରକ୍ରିୟାରେ ଉଭୟ ଦସ୍ତାବିଜ୍‌କୁ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ପଞ୍ଜୀକରଣ ଫର୍ମରେ ଆଧାର ମଗାଯାଇଥିଲେ ମଧ୍ୟ ଆଧାର ଓ ଇପିଆଇସିକୁ କାହିଁକି ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରାଯାଉନାହିଁ ତାହା ସ୍ପଷ୍ଟ କରିବା ପାଇଁ ନିର୍ବାଚନ କମିସନଙ୍କୁ କହିବା ସହ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ପୃଥିବୀରେ ଯେକୌଣସି ଦସ୍ତାବିଜ୍‌ ନକଲି ହୋଇପାରିବ ।

ଜୁଲାଇ ୧୦ରେ ସୁପ୍ରିମ୍‌କୋର୍ଟ ନିର୍ବାଚନ ଆୟୋଗଙ୍କୁ ବିହାରରେ ଚାଲିଥିବା ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍)ରେ ଭୋଟର ପଞ୍ଜୀକରଣ ପାଇଁ ଆଧାର, ଇପିଆଇସି ଓ ରାସନ କାର୍ଡକୁ ବୈଧ ଦସ୍ତାବିଜ୍‌ ଭାବେ ଅନ୍ତର୍ଭୁକ୍ତ କରିବାକୁ କହିଥିଲେ । କୋର୍ଟ ମଧ୍ୟ ସଂଶୋଧନ ପ୍ରକ୍ରିୟାକୁ ଆଗକୁ ବଢ଼ାଇବାକୁ ଅନୁମତି ଦେଇଥିଲେ । ଆଜିର ଶୁଣାଣି ବେଳେ ନିର୍ବାଚନ କମିସନ ଯୁକ୍ତି ବାଢ଼ିଥିଲେ ଯେ ଆଧାର ନାଗରିକତାର ପ୍ରମାଣ ନୁହେଁ ଏବଂ ଜାଲିଆତି କରି ବହୁ ନକଲି ରାସନ କାର୍ଡ ହାସଲ କରାଯାଇଥିବାରୁ ଏହା ଉପରେ ନିର୍ଭର କରିବା କଷ୍ଟକର ।  ତେବେ ପରିଚୟପତ୍ର ଭାବେ ଆଧାର ଦାଖଲ କରାଯାଇପାରିବ ଏବଂ ପଞ୍ଜୀକରଣ ଫର୍ମରେ ଏହାର ନମ୍ବର ଲେଖିବାକୁ କୁହାଯାଇଛି ବୋଲି କମିସନ ସ୍ୱୀକାର କରିଛନ୍ତି ।
ସୁପ୍ରିମ୍‌କୋର୍ଟ ଅସଙ୍ଗତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଯଦି ଆସନ୍ତାକାଲି ଆପଣ ଗ୍ରହଣ କରିଥିବା ଅନ୍ୟ ୧୦ଟି ଦସ୍ତାବିଜ୍‌ ନକଲି ବୋଲି ପ୍ରମାଣିତ ହୁଏ, ତେବେ ଏହାକୁ ରୋକିବା ପାଇଁ ବ୍ୟବସ୍ଥା କେଉଁଠି ଅଛି? ସାମୂହିକ ଅନ୍ତର୍ଭୁକ୍ତୀକରଣ ବଦଳରେ ସାମୂହିକ ବହିଷ୍କାରକୁ କାହିଁକି ଅନୁମତି ଦିଆଯାଉଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । 

ଯଦି କାହାକୁ ତାଲିକାରୁ ବାଦ୍ ଦିଆଯାଏ ତେବେ ଏହି ପ୍ରକ୍ରିୟା ପାଇଁ ଏକ ସମୟ ସୀମା ରଖିବାକୁ ମଧ୍ୟ କୋର୍ଟ ଅନୁରୋଧ କରିଛନ୍ତି । ନାଗରିକମାନେ ବାଦ୍ ପଡ଼ିବେ ବୋଲି ଦର୍ଶାଇ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କର ନାରାୟଣନ ଅଗଷ୍ଟ ପହିଲାରେ ହେବାକୁ ଥିବା ଡ୍ରାଫ୍ଟ ତାଲିକା ପ୍ରକାଶ ଉପରେ ଅନ୍ତରୀଣ ରୋକ ଲଗାଇବାକୁ ଅନୁରୋଧ କରିଥିଲେ ।  ଆସନ୍ତାକାଲି ପରବର୍ତ୍ତୀ ଶୁଣାଣିର କାର୍ଯ୍ୟସୂଚୀ ସ୍ଥିର କରିବେ ବୋଲି କୋର୍ଟ କହିଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe