ପ୍ରଶାନ୍ତ କିଶୋରଙ୍କ ପାଖରେ ଅଛି କେତେ ଟଙ୍କା? କେଉଁଠୁ ପାଉଛନ୍ତି ଏତେ ଟଙ୍କା? ସବୁ ଦେଲେ ହିସାବ...

Advertisment

ବିହାରରେ ବଢୁଥିବା ରାଜନୈତିକ ପାରା ଭିତରେ ପ୍ରଶାନ୍ତ କିଶୋର ନିଜ ଦଳ ଜନସୁରାଜ ପାର୍ଟିର ଫଣ୍ଡିଂକୁ ନେଇ ଉଠିଥିବା ଅଭିଯୋଗ ଉପରେ ଜବାବ ଦେଇଛନ୍ତି । ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାନ୍ତ କିଶୋର ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି । ନିଜ ଦଳର ଫଣ୍ଡିଂ ସୋର୍ସ ବିଷୟରେ କହିବା ସହିତ ପ୍ରତିଟି ଖର୍ଚ୍ଚର ହିସାବ ମଧ୍ୟ ଦେଇଛନ୍ତି ।

prashant

କନକ ବ୍ୟୁରୋ: ବିହାରରେ ବଢୁଥିବା ରାଜନୈତିକ ପାରା ଭିତରେ ପ୍ରଶାନ୍ତ କିଶୋର ନିଜ ଦଳ ଜନସୁରାଜ ପାର୍ଟିର ଫଣ୍ଡିଂକୁ ନେଇ ଉଠିଥିବା ଅଭିଯୋଗ ଉପରେ ଜବାବ ଦେଇଛନ୍ତି । ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାନ୍ତ କିଶୋର ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି । ନିଜ ଦଳର ଫଣ୍ଡିଂ ସୋର୍ସ ବିଷୟରେ କହିବା ସହିତ ପ୍ରତିଟି ଖର୍ଚ୍ଚର ହିସାବ ମଧ୍ୟ ଦେଇଛନ୍ତି ।

ପ୍ରଶାନ୍ତ କିଶୋର କହିଛନ୍ତି, ଲୋକ ପଚାରୁଛନ୍ତି ପ୍ରଶାନ୍ତ କିଶୋରଙ୍କ ପାଖରେ ପଇସା କେମିତି ଆସୁଛି? ବିହାରର ସବୁ ନେତାଙ୍କୁ ପିକେ ଚୋର ଲାଗୁଛି । ତେଣୁ ଜନସୁରାଜ ପାର୍ଟିକୁ କେମିତି ଟଙ୍କା ଆସିଛି ସେ ବିଷୟରେ ପୂରା ସୂଚନା ଦେଇଛନ୍ତି ପ୍ରଶାନ୍ତ । ସେ କହିଛନ୍ତି ରାଜନୈତିକ ରଣନୀତିକାର ଭାବେ ସେ ଯାହା ବି ପରାମର୍ଶ ଦେଉଛନ୍ତି, ସେଥିରେ ସେ ଫିସ୍ ନିଅନ୍ତି । ଏହାସହ ସେ ଲୋକଙ୍କଠାରୁ ମଧ୍ୟ କିଛି ପଇସା ପାଇଛନ୍ତି ।

ସୂଚନା ଦେଇ କହିଛନ୍ତି, ଗତ ୨୦୨୧ରୁ ୨୦୨୩ ଭିତରେ ୨୪୧ କୋଟି ଟଙ୍କା ସେ କେବଳ ଫିସ୍ ଆକାରରେ ପାଇଛନ୍ତି । ଯାହା ଉପରେ ସରକାର ୧୮ ଜିଏସଟି ମଧ୍ୟ ନେଇଛନ୍ତି । ଏହାସହ ସେ ୨୦ କୋଟି ଟଙ୍କା ଇନକମ୍ ଟ୍ୟାକ୍ସ ମଧ୍ୟ ଦେଇଛନ୍ତି । ତେବେ ଫିସ୍ ବାବଦରେ ତାଙ୍କୁ ଯାହା ବି ଟଙ୍କା ମିଳେ, ସେଥିରୁ ନିଜ ଖର୍ଚ୍ଚ କାଟି ଦେଇ ସେ ସବୁଟଙ୍କା ଦଳକୁ ଦାନ କରିଦେଇଛନ୍ତି ବୋଲି କହିଛନ୍ତି ପ୍ରଶାନ୍ତ କିଶୋର । ସେ ତାଙ୍କ ନିଜ ଆକାଉଣ୍ଟରୁ ପ୍ରାୟ ୯୮ କୋଟି ଟଙ୍କା ଦଳକୁ ଦାନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ପ୍ରଶାନ୍ତ କିଶୋର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe