କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ନୀତିଶ କୁମାରଙ୍କ ଦଳ ଜେଡିୟୁ । ମଙ୍ଗଳବାର ଜେଡିୟୁ ନିଜର ପ୍ରାର୍ଥୀ ଘୋଷଣା କରିଥିବାବେଳେ, ପ୍ରଥମ ପର୍ଯ୍ୟାୟରେ ଟିକେଟ୍ ପାଇଥିବା ୫୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ଖାସ୍ କଥା ହେଉଛି ଚିରାଗ ପାସଓ୍ୱାନଙ୍କ ଦଳ ଏଲଜେପି (ଆର୍) ପ୍ରାର୍ଥୀ ଦେଇଥିବା ୪ଟି ସିଟରେ ନୀତିଶ କୁମାରଙ୍କ ଜେଡିୟୁ ମଧ୍ୟ ପ୍ରାର୍ଥୀ ଦେଇଛି । ଯାହାକି ଏବେ ବିହାର ରାଜନୀତିକୁ ଅଧିକ ରୋଚକ କରିଛି ।

Advertisment

ମିଳିଥିବା ସୂଚନା ମୁତାବକ, ସୋନବରସା ବିଧାନସଭା କ୍ଷେତ୍ରରୁ ଜେଡିୟୁ ରତ୍ନେଶ ସଦା, ମୋରବା ବିଧାନସଭା ଆସନରୁ ନିଷାଦ, ଏକମାରୁ ଧୂମଲ ସିଂ ଆଉ ରାଜଗିରିରୁ କୌଶଲ କିଶୋରଙ୍କୁ ପ୍ରାର୍ଥୀ କରିଛି । ଏହାସହିତ ମନ୍ତ୍ରୀ ବିଜୟ ଚୌଧୁରୀଙ୍କୁ ସରାୟ ରଞ୍ଜନରୁ ଟିକେଟ୍ ଦିଆଯାଇଛି । ଏନଡିଏ ମେଣ୍ଟରେ ସିଟ୍ ବଣ୍ଟନ ନେଇ ବୁଝାମଣା ହେବା ପରେ ନୀତିଶ କୁମାର ଏହି ପ୍ରାର୍ଥୀ ଘୋଷଣା କରିଛନ୍ତି । ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ ଝା କହିଛନ୍ତି ଯେ, ଏନଡିଏ ପୂରାପୂରି ଭାବେ ଏକଜୁଟ୍ ଅଛି ଆଉ ବିହାର ବିକାଶର ମୁଦ୍ଦା ଉପରେ ହିଁ ଏଥର ଜେଡିୟୁ ନିର୍ବାଚନ ଲଢିବ ।

ଭିଡିଓ ଦେଖନ୍ତୁ...