କନନ ବ୍ୟୁରୋ;  ବିହାର ନିର୍ବାଚନ।  ଆଜିଠୁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ। ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ଓ ମହାମେଣ୍ଟ ପ୍ରାର୍ଥୀ ଘୋଷଣାକୁ ଦ୍ବନ୍ଦ୍ବ ଦେଖାଦେଇଥିବା ବେଳେ ପ୍ରଶାନ୍ତ କିଶୋର ଆଗୁଆ ଗୋଟିଚାଳନା କରିଛନ୍ତି । ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ୫୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।  କିନ୍ତୁ ନିଜେ ପ୍ରଶାନ୍ତ କିଶୋର ଏଥର ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି ।

Advertisment

ଜନ ସୁରାଜ ପକ୍ଷରୁ ପ୍ରଦେଶ ଅଧ୍ୟକ୍ଷ ମନୋଜ ଭାରତୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ପପୁ ସିଂହ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି । ରାଜ୍ୟର ୨୪୩ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ । ନଭେମ୍ବର ୬ରେ ପ୍ରଥମ ପର୍ୟ୍ୟାୟରେ ୧୨୧ ଆସନରେ ମତଦାନ ହେବ। ନଭେମ୍ବର ୧୧ ଦ୍ୱିତୀୟ ପର୍ୟ୍ୟାୟରେ ୧୨୨ଟି ଆସନରେ ମତଦାନ ହେବ।