କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବ । ଅପରାହ୍ଣ ୪ଟାରେ ନିର୍ବାଚନ କମିସନର ତାରିଖ ଘୋଷଣା କରିବା ସହ ସମ୍ପୂର୍ଣ୍ଣ ପ୍ରକ୍ରିୟା ନେଇ ସୂଚନା ଦେବେ । ୨୪୩ ଆସନ ବିଶିଷ୍ଟ ବିଧାନସଭା ପାଇଁ ନଭେମ୍ବର ମାସରେ ଦୁଇ  ପର୍ଯ୍ୟାୟରେ ମତଦାନ ହେବାର ସମ୍ଭାବନା ରହିଛି । ସୂଚନା ଅନୁଯାୟୀ, ନିର୍ବାଚନ ନଭେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ହେବ। ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ ତାରିଖରେ ଶେଷ ହେଉଛି ।

Advertisment

ଏହା ପୂର୍ବରୁ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ନଭେମ୍ବର ୨୦ ତାରିଖ ସୁଦ୍ଧା ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଓ ଟିମ୍ ବିହାର ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି  । ଚୂଡ଼ାନ୍ତ ଭୋଟର ତାଲିକା ସେପ୍ଟେମ୍ବର ୩୦ ତାରିଖରେ ପ୍ରକାଶ ପାଇଛି।  ବିହାର ବିଧାନସଭା ନିର୍ବାଚନ ସହିତ କିଛି ରାଜ୍ୟରେ ଉପନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହେବ। ବିହାରରେ ସବୁ ଦଳ ଢେର୍ ପୂର୍ବରୁ ଜୋରଦାର ପ୍ରଚାର ଚଳାଇଛନ୍ତି ।