କନକ ବ୍ୟୁରୋ : ନୀତିଶ କୁମାରଙ୍କ ନେତୃତ୍ୱରେ ଚାଲିଥିବା ବିହାରର ଏନଡିଏ ସରକାରକୁ ଏବେ କାଠଗଡ଼ାକୁ ଟାଣିଛନ୍ତି ପ୍ରଶାନ୍ତ କିଶୋର । ପ୍ରଥମେ ୨ ମନ୍ତ୍ରୀଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିବା ପରେ ଏବେ ନୀତିଶଙ୍କ ଅତି ନିକଟତର କୁହାଯାଉଥିବା ଅଶୋକ ଚୌଧୁରୀଙ୍କ ବିରୋଧରେ ୨୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଛନ୍ତି । କେବଳ ଦୁର୍ନୀତି ନୁହେଁ ଅଶୋକ ଚୌଧୁରୀ ତାଙ୍କ ଝିଅଙ୍କ ପାଇଁ ସାଂସଦ ଟିକେଟ୍ କିଣିଥିବା ମଧ୍ୟ ପ୍ରଶାନ୍ତ କିଶୋର ଅଭିଯୋଗ କରିଛନ୍ତି । ପ୍ରଶାନ୍ତ କିଶୋର କହିଛନ୍ତି କି, ଅଶୋକ ଚୌଧୁରୀ ୨୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଠୁଳ କରିଛନ୍ତି । ପୂର୍ବରୁ ସାମନ୍ୟ ଅଭିଯୋଗ ଆସିଲେ ନୀତିଶ କୁମାର ମନ୍ତ୍ରୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ପ୍ରଶାନ୍ତ କିଶୋର ନୀତିଶ ସରକାରରେ ୩-୩ ଜଣ ମନ୍ତ୍ରୀଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିବା ପରେ ମଧ୍ୟ ନୀତିଶ କୁମାର ଚୁପ୍ ବସିଛନ୍ତି ।
ପ୍ରଶାନ୍ତ କିଶୋର ଅଶୋକ ଚୌଧୁରୀଙ୍କ ନାମରେ ଅନେକ ଅଭିଯୋଗ ଆଣିଛନ୍ତି । ପ୍ରଥମ ଅଭିଯୋଗ ରହିଛି ଅଶୋକ ଚୌଧୁରୀ ତାଙ୍କ ଝିଅଙ୍କ ପାଇଁ ଲୋକସଭା ଟିକେଟ କିଣିଥିଲେ । ଦ୍ୱିତୀୟ ଅଭିଯୋଗ ରହିଛି ଅଶୋକ ଚୌଧୁରୀଙ୍କ ଶିକ୍ଷାଗତ ଡିଗ୍ରିକୁ ନେଇ । ଅଶୋକ ଚୌଧୁରୀ ନକଲି ସତ୍ୟପାଠରେ ନକଲି ଡିଗ୍ରି ଦେଖାଇଥିବା ପ୍ରଶାନ୍ତ କିଶୋର ଅଭିଯୋଗ କରିଛନ୍ତି । ତୃତୀୟରେ ୨୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଆଣିଛନ୍ତି ପ୍ରଶାନ୍ତ କିଶୋର ।
କେବଳ ଅଶୋକ ଚୌଧୁରୀ ନୁହନ୍ତି । ବିଜେପି କୋଟରୁ ବିହାର ସରକାରରେ ମନ୍ତ୍ରୀ ଥିବା ମଙ୍ଗଲ ପାଣ୍ଡେଙ୍କ ବିରୋଧରେ ବି ସଂଗିନ ଅଭିଯୋଗ ଆଣିଛନ୍ତି । ପ୍ରଶାନ୍ତଙ୍କ ଅଭିଯୋଗ ମୁତାବକ ମଙ୍ଗଲ ପାଣ୍ଡେ ଏକ ମେଡିକାଲ କଲେଜକୁ ମାନ୍ୟତା ଦେବା ପାଇଁ ବିଜେପିର ରାଜ୍ୟ ଅଧ୍ୟକ୍ଷ ଦିଲ୍ଲୀପ ଜୟସ୍ୱାଲଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲାଂଚ ନେଇଛନ୍ତି । ଏହି ଟଙ୍କାରେ ମଙ୍ଗଲ ପାଣ୍ଡେ ନିଜ ପତ୍ନୀଙ୍କ ନାମରେ ଦିଲ୍ଲୀରେ ଘର କିଣିଛନ୍ତି ।
ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ନୀତିଶ ସରକାର ୩ ଜଣଙ୍କ ମନ୍ତ୍ରୀଙ୍କ ନାମରେ ଏଭଳି ସଂଗିନ ଅଭିଯୋଗ ଆସିବା ପରେ ମଧ୍ୟ ନୀତିଶ କୁମାର ଚୁପ ରହିଛନ୍ତି । ଆଗକୁ ବିଧାନସଭା ନିର୍ବାଚନ ରହିଛି । ଆରଜେଡି, ବାମଦଳ ଓ କଂଗ୍ରେସ ମେଣ୍ଟ ନୀତିଶଙ୍କ ଏନଡିଏ ମେଣ୍ଟକୁ ପରାଜିତ କରିବାକୁ ପୂରା ଦମ୍ ଲଗାଇ ଦେଇଛନ୍ତି । ଏଭଳି ସ୍ଥଳେ ଏପରି ଅଭିଯୋଗ ନୀତିଶ ସରକାରଙ୍କ ଛବିକୁ ମଳିନ କରୁଥିବା ବେଳେ ନୀତିଶ କାହିଁକି ଚୁପ ଅଛନ୍ତି ତାହା ପ୍ରଶ୍ନବାଚୀ