କନକ ବ୍ୟୁରୋ: ଆଜି ବିହାର ନିର୍ବାଚନ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିହାର ଗସ୍ତରେ ଯାଇ ବାଙ୍କା ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ବାଙ୍କା ଜିଲ୍ଲା ଆଦିବାସୀ ପ୍ରବଣ ଜିଲ୍ଲା, ସେଠି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ନୂଆପଡାରୁ ସିଧା ବିହାର ଗସ୍ତରେ ଯାଇ ଓଡିଶା ଫେରିବେ ମୋହନ ଚରଣ ମାଝୀ ।
ଏପଟେ ବିହାର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୪୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କଂଗ୍ରେସ ରାଜ୍ୟ ସଭାପତି ରାଜେଶ ରାମଙ୍କୁ କୁଟୁମ୍ବାରୁ ପ୍ରାର୍ଥୀ କରିଥିବା ବେଳେ ଶକିଲ ଅହମ୍ମଦଙ୍କୁ କାଦବାରୁ ପ୍ରାର୍ଥୀ କରାଯାଇଛି। ଶଶାଙ୍କ ଶେଖରଙ୍କୁ ପାଟନା ସାହିବରୁ ଟିକେଟ୍ ମିଳିଛି । କୌଶଳେନ୍ଦ୍ର କୁମାରଙ୍କୁ ନାଳନ୍ଦାରୁ ପ୍ରାର୍ଥୀ କରାଯାଇଛି । ମହାମେଣ୍ଟ ସହ ଆସନ ଭାଗବଣ୍ଟାକୁ ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିଲା ।
ଏପରିକି ଅନେକ ଥର ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିଲା । କଂଗ୍ରେସ କେତେ ଆସନରେ ପ୍ରାର୍ଥୀ ଦେବ ତାହା ଏଯାଏଁ ଯଦିଓ ସ୍ଥିର ହୋଇନାହିଁ, କିନ୍ତୁ ଦଳ ୪୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁୟାୟୀ, ଆରଜେଡି ୧୩୫, କଂଗ୍ରେସ ୬୧, ଭିଆଇପି ୧୬ ଓ ବାମପନ୍ଥୀ ଦଳ ୩୧ଟି ଆସନରେ ଲଢ଼ିପାରନ୍ତି । ତେବେ କିଛି ଆସନରେ କଂଗ୍ରେସ ଓ ଆରଜେଡି ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି । ସେହିପରି କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ମଧ୍ୟ ଖୁବଶୀଘ୍ର ପ୍ରକାଶ ପାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/17/mohan-2025-10-17-07-29-14.jpg)