ବେଙ୍ଗଲରେ ୨ ବିହାର ଛାତ୍ରଙ୍କୁ ନିର୍ଯାତନା । ଅଭିଯୋଗ ପରେ ୨ ଅଟକ

ପଶ୍ଚିମବଙ୍ଗକୁ ପରୀକ୍ଷା ଦେବାକୁ ଯାଇଥିବା ଦୁଇ ଜଣ ଛାତ୍ରଙ୍କୁ କିଛି ଲୋକ ପୁଲିସ୍‌ ନାଁରେ ନିର୍ଯାତନା ଦେବାର ଭିଡିଓ ସାମ୍ନାକୁ ଆସିବା ପରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି ।

bengaloor

କନକ ବ୍ୟୁରୋ : ପଶ୍ଚିମବଙ୍ଗକୁ ପରୀକ୍ଷା ଦେବାକୁ ଯାଇଥିବା ଦୁଇ ଜଣ ଛାତ୍ରଙ୍କୁ କିଛି ଲୋକ ପୁଲିସ୍‌ ନାଁରେ ନିର୍ଯାତନା ଦେବାର ଭିଡିଓ ସାମ୍ନାକୁ ଆସିବା ପରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି । ସାମ୍ନାକୁ ଆସିଥିବା ଭିଡିଓଟି ସିଲିଗୁଡ଼ିର । ଭିଡିଓରେ ଦୁଇ ଜଣ ପରୀକ୍ଷାର୍ଥୀଙ୍କୁ କିଛି ଲୋକ ଗୋଟିଏ ରୁମ ଭିତରେ ନିର୍ୟାତନା ଦେଉଛନ୍ତି । ଦୁଇ ଛାତ୍ର ଏସଏସସି ନିଯୁକ୍ତି ପରୀକ୍ଷା ଦେବାକୁ ବେଙ୍ଗଲ ଯାଇଥିଲେ । ସେମାନଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରାଯିବା ସହ ବସ ଉଠ କରାଯାଇଛି । 
ସେହିପରି ଜଣେ ଛାତ୍ରଙ୍କୁ ଆକ୍ରମଣକାରୀମାନେ ଧକ୍କା ମାରୁଛନ୍ତି । ଦୁଇ ଛାତ୍ର ସେମାନଙ୍କ ସ୍ଥାନୀୟ ପ୍ରମାଣପତ୍ରରେ ହେରଫେର କରିଥିବା ଆକ୍ରମଣକାରୀମାନେ ଅଭିଯୋଗ କରି ଏପରି କାଣ୍ଡ ଘଟାଇଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe