କନକ ବ୍ୟୁରୋ : ପୁଣିଥରେ ପାଟନାରେ ବିପିଏସସି ବିରୋଧରେ ଆନ୍ଦୋଳନ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ । ପ୍ରତିବାଦ ହିଂସାତ୍ମକ ରୂପ ନେଇଥିବା ବେଳେ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଛି । ଏଥିରେ ଅନେକ ପ୍ରାର୍ଥୀ ଆହତ ହୋଇଥିଲେ ଏବଂ ଜଣେ ମହିଳା ପ୍ରାର୍ଥୀ ଚେତାଶୂନ୍ୟ ହୋଇ ପଡ଼ିଥିବା ବେଳେ ଆହତ ମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବିହାର ପବ୍ଲିକ୍ ସର୍ଭିସ୍ କମିସନର ତୃତୀୟ ଶିକ୍ଷକ ନିଯୁକ୍ତି ପରୀକ୍ଷାର ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟାୟାର-ଥ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷାର ଫଳାଫଳ ପ୍ରକାଶ କରାଯାଉ ଏବଂ ମନୋନୀତ ପ୍ରାର୍ଥୀମାନଙ୍କର ଯଥାଶୀଘ୍ର ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ପରୀକ୍ଷାର୍ଥୀ ।