‘ତେଜସ୍ୱୀଙ୍କ ଗେମ୍ ଓଭର’, ହୋଲିରେ ମୋଦୀ ଏବଂ ନୀତିଶଙ୍କ ରଙ୍ଗରେ ରଙ୍ଗିନ ହେବ ବିହାର

Advertisment

ଏଥର ହୋଲିରେ ବିହାର, ମୋଦୀ ଏବଂ ନୀତିଶଙ୍କ ରଙ୍ଗରେ ରଙ୍ଗିନ ହେବାକୁ ଯାଉଛି । ବିହାରରେ ଏନଡିଏ ବ୍ୟତୀତ ଅନ୍ୟ କୌଣସି ରଙ୍ଗ ପ୍ରଭାବଶାଳୀ ହେବ ନାହିଁ ।

ଏଥର ହୋଲିରେ ବିହାର, ମୋଦୀ ଏବଂ ନୀତିଶଙ୍କ ରଙ୍ଗରେ ରଙ୍ଗିନ ହେବାକୁ ଯାଉଛି । ବିହାରରେ ଏନଡିଏ ବ୍ୟତୀତ ଅନ୍ୟ କୌଣସି ରଙ୍ଗ ପ୍ରଭାବଶାଳୀ ହେବ ନାହିଁ ।

mithlesh

Photograph: (KanakNews )

ବିହାର ବିଧାନସଭା ନିର୍ବାଚନ ଯେତିକି ପାଖଉଛି, ନେତା ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ବିହାର ରାଜନୀତିକୁ ସେତିକି ଗରମ କରୁଛି । ଗତ କିଛି ଦିନ ତଳେ ବିଜେପି ବିଧାୟକ ହରିଭୂଷଣ ଠାକୁର ମୁସଲମାନ ସମ୍ପ୍ରଦାୟ ଉପରେ ବିବାଦୀୟ ବୟାନ ଦେଇ ରାଜନୈତିକ ମାହୋଲକୁ ସରଗରମ କରିଥିବା ବେଳେ ଏବେ ବିଜେପି ନେତା ମିଥଲେଶ ତିୱାରୀଙ୍କ ବୟାନ ସାମ୍ନାକୁ ଆସିଛି । 

ଗତ କିଛି ଦିନ ତଳେ ବିଧାୟକ ହରିଭୂଷଣ ଠାକୁର୍ କହିଥିଲେ, ଏଥର ହୋଲିରେ ମୁସଲମାନ ଭାଇମାନେ ଘରୁ ନବାହାରି, ଘର ଭିତରେ ହିଁ ହୋଲି ଖେଳନ୍ତୁ... ଘର ଭିତରେ ଉତ୍ସବ ମନାନ୍ତୁ... ଯଦି ଘରୁ ପଦାକୁ ବାହାରୁଛନ୍ତି ତେବେ ହୃଦୟ ବଡ କରି ବାହାରନ୍ତୁ... କାହିଁକିନା ଯଦି ତାଙ୍କ ଦେହରେ ରଙ୍ଗ ଲାଗେ ତେବେ ସେମାନଙ୍କୁ ଖରାପ ନଲାଗିବା ଦରକରା । ବିହାରର ବିଜେପି ବିଧାୟକ ହରିଭୂଷଣ ଠାକୁରଙ୍କ ଏପରି ବିବାଦୀୟ ବୟାନ ପରେ ତେଜି ଉଠିଥିଲେ ତେଜସ୍ୱୀ ଯାଦବ । ବିହାରରେ କାହା ବାପା ରାଜ୍ ଚାଲିନି କରି ସିଧା ସିଧା ବିଜେପିକୁ ଟାର୍ଗେଟ୍ କରିଥିଲେ । ଏହି ଘଟଣାକୁ କିଛି ଦିନ ବିତିନଥିବା ବେଳେ ଏଥର ବିହାରରେ ତେଜସ୍ୱୀଙ୍କ ଗେମ୍ ଓଭର ବୋଲି କହି  ବାକ୍ ଯୁଦ୍ଧ ନିଆଁରେ ଆଉଟିକେ ଘିଅ ଢାଳିଛନ୍ତି ବିଜେପି ନେତା ମିଥଲେଶ ତିୱାରୀ । 

ସେ କହିଛନ୍ତି, ଏଥର ହୋଲିରେ ବିହାର, ମୋଦୀ ଏବଂ ନୀତିଶଙ୍କ ରଙ୍ଗରେ ରଙ୍ଗିନ ହେବାକୁ ଯାଉଛି । ବିହାରରେ ଏନଡିଏ ବ୍ୟତୀତ ଅନ୍ୟ କୌଣସି ରଙ୍ଗ ପ୍ରଭାବଶାଳୀ ହେବ ନାହିଁ । ବିହାରରେ ତେଜସ୍ୱୀ ଯାଦବଙ୍କ ଖେଳ ଶେଷ ହେବାକୁ ଯାଉଛି । ବକ୍ସରରେ ଆୟୋଜିତ ହୋଲି ମିଳନ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ମିଥିଲେଶ ତିୱାରୀ ପହଞ୍ଚିଥିଲେ । ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଏହା ପୂର୍ବରୁ ହୋଲି ପର୍ବ ରାଜନୈତିକ କରିଡରରେ ଏକ ଭିନ୍ନ ରଙ୍ଗ ଯୋଡୁଛି । 

ଅନ୍ୟପକ୍ଷରେ, ଜୁମା ନମାଜ୍ ସମ୍ପର୍କରେ ମିଥିଳେଶ ତିୱାରୀ କହିଛନ୍ତି, ହୋଲି ବର୍ଷକୁ ଥରେ ଆସେ କିନ୍ତୁ ପ୍ରତି ସପ୍ତାହରେ ନମାଜ ପାଠ କରାଯାଏ । ତେଣୁ କୌଣସି ସମସ୍ୟା ହେବା ଉଚିତ୍ ନୁହେଁ । ହିନ୍ଦୁମାନଙ୍କ ଉପରେ ସବୁବେଳେ ଅତ୍ୟାଚାର ହୋଇଆସିଛି । ହିନ୍ଦୁମାନେ କେବେ ଅତ୍ୟାଚାର କରିନାହାଁନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe