କନକ ବ୍ୟୁରୋ: ବିହାର ପାଟନାରେ ନିର୍ବାଚନ କମିଶନଙ୍କ ଟିମ୍ । ନିଜେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ପାଟନାରେ ପହଞ୍ଚିଛନ୍ତି । ବିହାର ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଜ୍ଞାନେଶ କୁମାର । ତାଙ୍କ ସହିତ ଅନ୍ୟ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ଓ ବିବେକ ଯୋଶୀ ବି ଅଛନ୍ତି । ଆଜି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟିବା ସହ  ସମସ୍ତଙ୍କ ମତାମତ ନେବେ, ଆପତ୍ତି ଅଭିଯୋଗ ଶୁଣିଛନ୍ତି । ଏହା ପରେ ପ୍ରାଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

Advertisment

ଏହି ସମୟରେ ରାଜ୍ୟର ପ୍ରାଶାସନିକ ଓ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରାଯାଇଛି । ସମସ୍ତ ଆରଡିସି, ପୋଲିସ ଆଇଜି, ଡିଆଇଜି, ଜିଲ୍ଲାପାଳ, ଏସପିଙ୍କୁ ଭେଟିଛନ୍ତି । ଏହା ପରେ ଆସନ୍ତାକାଲି ନିର୍ବାଚନ କମିଶନଙ୍କ ଟିମ୍ ବିଭିନ୍ନ ସଂସ୍ଥାର ନୋଡାଲ ଅଫିସରଙ୍କୁ ଭେଟିବେ । କେମିତି ମୁକ୍ତ ଓ ଅବାଧ ନିର୍ବାଚନ ହେବ, ବାହୁ ଓ ଅର୍ଥ ବଳ ପ୍ରୟୋଗ ନ ହେବ, ମଦ ଓ ଅନ୍ୟ ମାଦକ ଦ୍ରବ୍ୟ କାରବାର କମିବ ତା ଉପରେ ଆଲୋଚନା କରାଯିବ ।

ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ, କେନ୍ଦ୍ରୀୟ ଫୋର୍ସଙ୍କ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା ହେବ। ତା ପରେ ଶେଷରେ ବିହାରର ମୁଖ୍ୟ ଶାସନ ସଚିବ, ଡିଜିପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ  ଭେଟିବେ ନିର୍ବାଚନ କମିଶନ । କେମିତି ସୁରୁଖୁରୁରେ ନିର୍ବାଚନ କରାଯିବ, ତାହା ହେଉଛି ଫୋକସ୍ । ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତାକାଲି ଅପରାହ୍ନ ୨ଟାରେ ନିର୍ବାଚନ କମିଶନ ଏକ ପ୍ରେସମିଟ ମଧ୍ୟ କରିବେ ବୋଲି ଜଣାପଡ଼ିଛି ।