ଆଇପିଏଲ ମଝିରେ ମୁମ୍ୱାଇରେ ଅଦଳବଦଳ: ବିଘ୍ନେଶ ପୁଥୁର ବାହାର, ଏହି ଅଜଣା ଖେଳାଳି ମାରିଲେ ଏଣ୍ଟ୍ରି

Advertisment

ଆଇପିଏଲ ୨୦୨୫ ଆରମ୍ଭରୁ ମୁମ୍ୱାଇ ଇଣ୍ଡିଆନ୍ସ ଖରାପ ପ୍ରଦର୍ଶନ ପରେ ଏବେ ଜବରଦସ୍ତ କମବ୍ୟାକ କରିଛି । ମୁମ୍ୱାଇ ଆରମ୍ଭରୁ ୫ ମ୍ୟାଚ ଖେଳି କେବଳ ଗୋଟିଏ ମ୍ୟାଚ ଜିତିଥିଲା । ଆଉ ଏହାପରେ ୫ଟି ମ୍ୟାଚରେ ୫ଟି ବିଜୟୀ ହୋଇଛି ମୁମ୍ୱାଇ ।

ଆଇପିଏଲ ୨୦୨୫ ଆରମ୍ଭରୁ ମୁମ୍ୱାଇ ଇଣ୍ଡିଆନ୍ସ ଖରାପ ପ୍ରଦର୍ଶନ ପରେ ଏବେ ଜବରଦସ୍ତ କମବ୍ୟାକ କରିଛି । ମୁମ୍ୱାଇ ଆରମ୍ଭରୁ ୫ ମ୍ୟାଚ ଖେଳି କେବଳ ଗୋଟିଏ ମ୍ୟାଚ ଜିତିଥିଲା । ଆଉ ଏହାପରେ ୫ଟି ମ୍ୟାଚରେ ୫ଟି ବିଜୟୀ ହୋଇଛି ମୁମ୍ୱାଇ ।

wdwdsss

Photograph: (kanak news)

କନକ ବ୍ୟୁରୋ: ଆଇପିଏଲ ୨୦୨୫ ଆରମ୍ଭରୁ ମୁମ୍ୱାଇ ଇଣ୍ଡିଆନ୍ସ ଖରାପ ପ୍ରଦର୍ଶନ ପରେ ଏବେ ଜବରଦସ୍ତ କମବ୍ୟାକ୍‌ କରିଛି । ମୁମ୍ୱାଇ ଆରମ୍ଭରୁ ୫ ମ୍ୟାଚ୍‌ ଖେଳି କେବଳ ଗୋଟିଏ ମ୍ୟାଚ୍‌ ଜିତିଥିଲା । ଆଉ ଏହାପରେ ୫ଟି ମ୍ୟାଚ୍‌ରେ ୫ଟି ବିଜୟୀ ହୋଇଛି ମୁମ୍ୱାଇ । ଏହି ବିଜୟ ପରେ ମୁମ୍ୱାଇ ଏବେ ପ୍ଲେଅଫ୍‌ ରେସ୍‌ରେ ନିଜ ଦବଦବା ରଖିଛି । 

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ୱାଇ ଇଣ୍ଡିଆନ୍ସ ଦଳ ଆଜି ରାଜସ୍ଥାନକୁ ଭେଟିବ । ଆଉ ଏହି ମ୍ୟାଚ୍‌ରେ ଟିମ୍‌ରେ କିଛି ପରିବର୍ତ୍ତନ ହୋଇଛି । ଦଳରେ ଲେଗ୍ ସ୍ପିନର ରଘୁ ଶର୍ମାଙ୍କ ଏଣ୍ଟ୍ରି ହୋଇଛି । ରଘୁ ଶର୍ମା ବିଘ୍ନେଶ ପୁଥୁରଙ୍କ ସ୍ଥାନ ନେଇଛନ୍ତି । ଯିଏ ଆହତ କାରଣରୁ ବାକି ମ୍ୟାଚ୍ରୁ‌ ବାହାର ହୋଇଛନ୍ତି । 

୧୧ ମାର୍ଚ୍ଚ ୧୯୯୩ ପଞ୍ଜାବ ଜଳନ୍ଧରରେ ଜନ୍ମିତ ରଘୁ ଶର୍ମା ଲେଗ ବ୍ରେକ ବୋଲର । ସେ ଘରୋଇ କ୍ରିକେଟରେ ପଞ୍ଜାବ ଓ ପୁଡୁଚେରୀ ପାଇଁ ଖେଳିଛନ୍ତି । ରଘୁ ଶର୍ମା ଏବେଯାଏଁ ୧୧ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ୧୯.୫୯ର ଆଭରେଜରେ ୫୭ ୱିକେଟ୍‌ ନେଇଛନ୍ତି । ଏହାସହ ତାଙ୍କ ସର୍ବଶ୍ରେଷ୍ଠ ବୋଲିଂ ହେଉଛି ସେ ୫୬ ରନ ଦେଇ ୭ ୱିକେଟ୍‌ ନେଇଛନ୍ତି । ତାଙ୍କୁ ମୁମ୍ୱାଇ ଇଣ୍ଡିଆନ୍ସ ୩୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe