କନକ ବ୍ୟୁରୋ : ୨୦୨୫ ବର୍ଷଟି ବଲିଉଡ ଜଗତ ପାଇଁ ଅନେକ ବଡ଼ ବଡ଼ ସରପ୍ରାଇଜ୍ ନେଇ ଆସିଲା କିନ୍ତୁ ସବୁଠାରୁ ବଡ଼ ଧମାକା ସେହି ଫିଲ୍ମଟି କଲା ଯେଉଁଥିରେ ନା କୌଣସି ବଡ଼ ହିରୋ ଥିଲେ ନା ହିରୋଇନ୍ । ମାତ୍ର ୧୫ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ଫିଲ୍ମଟି ଏକ ଛୋଟ ବଜେଟର ଚଳଚ୍ଚିତ୍ର ପରି ଲାଗୁଥିଲା କିନ୍ତୁ ରିଲିଜ୍ ପରେ ଏହା ଏପରି କମାଲ୍ ଦେଖାଇଲା ଯେ ପୂରା ଇଣ୍ଡଷ୍ଟ୍ରି ଚାହିଁ ରହିଗଲା । ଏହି ଫିଲ୍ମର ନାଁ ହେଉଛି ମହାବତାର ନରସିହ୍ମା, ଯାହାର ରିଲିଜକୁ ୫୦ ଦିନ ପୂରିଛି । 

Advertisment
Hombalifilmmaha
Hombalifilmmaha Photograph: (google)

୨୦୨୫ର ସବୁଠାରୁ ବଡ଼ ହିଟ୍ ଯଦି କୌଣସି ଫିଲ୍ମ ଦେଇଛି ତେବେ ତାହା ହେଉଛି 'ମହାଅବତାର ନରସିହ୍ମା’ । ଯେଉଁ ସମୟରେ ପୂରା ଇଣ୍ଡଷ୍ଟ୍ରି 'ସୈୟାଁରା'ର କ୍ରେଜରେ ବୁଡ଼ି ରହିଥିଲା, ସେହି ସମୟରେ ୨୫ ଜୁଲାଇରେ ରିଲିଜ୍ ହୋଇଥିବା ଏହି ଛୋଟ ବଜେଟର ଆନିମେସନ ଫିଲ୍ମଟି ସମଗ୍ର ଦେଶର ଧ୍ୟାନ ଆକର୍ଷିତ କରିଥିଲା । ହୋମ୍ବଲେ ଫିଲ୍ମସ୍ ଦ୍ୱାରା ନିର୍ମିତ 'ମହାଅବତାର ନରସିହ୍ମା’ ଭକ୍ତ ପ୍ରହ୍ଲାଦଙ୍କ ଅତୁଟ ଭକ୍ତି ଏବଂ ଅସୁର ରାଜା ହିରଣ୍ୟକଶ୍ୟପ ଉପରେ ଭଗବାନ ବିଷ୍ଣୁଙ୍କ ନରସିଂହ ଅବତାରର ଗାଥାକୁ ଆଧୁନିକ ଆନିମେସନ ଏବଂ ଇତିହାସର ଝଲକ ସହିତ ନୂଆ ଢଙ୍ଗରେ ଉପସ୍ଥାପନ କରେ । ହୋମ୍ବଲେ ଫିଲ୍ମସର ଭବ୍ୟ ସିନେମାଟିକର ଏହି ଫିଲ୍ମ ପ୍ରେକ୍ଷାଳୟରେ ସଫଳତାର ସହ ୫୦ ଦିନ ପୂରଣ କରି ଏକ ମହତ୍ତ୍ବପୂର୍ଣ୍ଣ ଉପଲବ୍ଧି ହାସଲ କରିଛି । ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିବା ଏହି ଫିଲ୍ମ ଏବେ ସମଗ୍ର ଭାରତରେ ୨୪୦ରୁ ଅଧିକ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଛି ଏବଂ ଏହାକୁ ଦର୍ଶକଙ୍କ ଭରପୂର ପ୍ରେମ ମିଳୁଛି । ଏହା ପ୍ରକୃତରେ ଏକ ବିରଳ ଘଟଣା ଯେ କୌଣସି ଫିଲ୍ମ ୫୦ ଦିନ ପର୍ଯ୍ୟନ୍ତ ହଲରେ ନିଜର ସ୍ଥିତି ବଜାୟ ରଖିଛି ଏବଂ ଦର୍ଶକ ମଧ୍ୟ ଫିଲ୍ମକୁ ଦେଖିବାକୁ ବାରମ୍ବାର ହଲ୍ ଆସୁଛନ୍ତି ।

mahavatara-narasamaha 11
mahavatara-narasamaha 11 Photograph: (google)

ମାତ୍ର ୧୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମଟି ପ୍ରଥମେ ଦକ୍ଷିଣ ଭାରତରେ ଧୀରେ ଧୀରେ ପ୍ରଭାବ ବିସ୍ତାର କଲା ଏବଂ ତା’ପରେ ଉତ୍ତର ଭାରତରେ ମଧ୍ୟ ଧମାକା କରିଦେଲା । ଦର୍ଶକ ଏବଂ ସମାଲୋଚକମାନେ ଏହାର VFX, ଆନିମେସନ, ଭଏସ୍ ଆକ୍ଟିଙ୍ଗ ଏବଂ କାହାଣୀର ନିରପେକ୍ଷ ଉପସ୍ଥାପନାକୁ ଖୁବ୍ ପ୍ରଶଂସା କରିଛନ୍ତି । ଫିଲ୍ମଟି ବକ୍ସ ଅଫିସରେ ପୂର୍ବରୁ ୩୦୦ କୋଟିରୁ ଅଧିକ ଆୟ କରିସାରିଛି । ଅଶ୍ୱିନ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ଅତ୍ୟାଧୁନିକ ଦୃଶ୍ୟ ଦର୍ଶକଙ୍କ ଉପରେ ବିଶେଷ ପ୍ରଭାବ ପକାଉଛି ।