କନକ ବ୍ୟୁରୋ : ବହୁଚର୍ଚ୍ଚିତ ରିଆଲିଟି ଶୋ' ବିଗ୍ ବସ୍ ୧୯ ଆଜି ଅର୍ଥାତ ଅଗଷ୍ଟ ୨୪ ରୁ ଆରମ୍ଭ ହେଉଛି । ଏହି ନୂଆ ସିଜନ୍ ମଧ୍ୟ ଗତ କିଛି ବର୍ଷ ପରି ସଲମାନ ଖାନଙ୍କ ଦ୍ୱାରା ହୋଷ୍ଟ କରାଯିବ । କିନ୍ତୁ ଆପଣ ଜାଣନ୍ତି କି ୨୦୦୦ ମସିହାରେ ଆରମ୍ଭ ହୋଇଥିବା ଏହି ଶୋ'କୁ ଏପର୍ଯ୍ୟନ୍ତ ମୋଟ ୬ ଜଣ ହୋଷ୍ଟ ମିଳିଛନ୍ତି । ତେବେ ଏହି ସମସ୍ତ ହୋଷ୍ଟଙ୍କ ମଧ୍ୟରେ ଦର୍ଶକ ସଲମାନଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ବିଗ୍ ବସକୁ ଏପର୍ଯ୍ୟନ୍ତ କେଉଁ କେଉଁ ସେଲିବ୍ରିଟି ହୋଷ୍ଟ କରିଛନ୍ତି ।
/filters:format(webp)/kanak/media/media_files/2025/08/24/bigg-boss-host-list-2025-08-24-15-00-24.jpg)
ଅର୍ଶଦ ୱାର୍ସୀ :
ବଲିଉଡର ଜଣାଶୁଣା ଅଭିନେତା ଅର୍ଶଦ ୱାର୍ସୀ ୨୦୦୬ ମସିହାରେ ବିଗ୍ ବସର ପ୍ରଥମ ସିଜିନର ହୋଷ୍ଟ ଥିଲେ । ଏହା କହିପାରିବା ଯେ ଏହି ଶୋ'ର ଶୁଭାରମ୍ଭ ଅର୍ଶଦ ୱାର୍ସୀ ହିଁ କରିଥିଲେ ।
/filters:format(webp)/kanak/media/media_files/2025/08/24/shilpa-shetty-2025-08-24-15-06-20.jpg)
ଶିଳ୍ପା ଶେଟ୍ଟୀ :
ବିଗ୍ ବସ୍ ସିଜନ୍ ୨ର ହୋଷ୍ଟ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଥିଲେ । ଏହି ଶୋ' ବହୁତ ଲୋକପ୍ରିୟତା ହାସଲ କରିଥିଲା । ଅଭିନେତ୍ରୀଙ୍କ ମଜାଳିଆ ଅନ୍ଦାଜକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଶୋ'ର ମଝିରେ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଶୋ' ଅଧାରୁ ଛାଡ଼ିବାକୁ ପଡ଼ିଥିଲା ।
/filters:format(webp)/kanak/media/media_files/2025/08/24/amibigg-2025-08-24-15-04-15.jpg)
ଅମିତାଭ ବଚ୍ଚନ :
ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନୟର ସମସ୍ତେ ଦିୱାନା । ଶିଳ୍ପା ଶେଟ୍ଟୀଙ୍କ ଦ୍ୱାରା ବିଗ୍ ବସ୍ ସିଜନ୍ ୨ ମଝିରେ ହିଁ ଛାଡ଼ିଦେବା କାରଣରୁ ଅମିତାଭ ବଚ୍ଚନ ଏହାକୁ ହୋଷ୍ଟ କରିଥିଲେ । ଅଭିନେତା ସେହି ସମୟରେ 'କୌନ ବନେଗା କରୋଡ଼ପତି' ଶୋ' ମାଧ୍ୟମରେ ଲୋକମାନଙ୍କ ହୃଦୟରେ ସ୍ଥାନ ବନାଇ ସାରିଥିଲେ । 'ବିଗ୍ ବସ୍'ରେ ମଧ୍ୟ ବିଗ୍ ବି କାମ କରିଥିଲେ ।
/filters:format(webp)/kanak/media/media_files/2025/08/24/sanjay-2025-08-24-15-02-57.jpg)
ସଞ୍ଜୟ ଦତ୍ତ :
'ବିଗ୍ ବସ୍' ସିଜନ୍ ୫ ରେ ସଲମାନ ଖାନ୍ ହୋଷ୍ଟ ଥିଲେ କିନ୍ତୁ ତାଙ୍କ ସହିତ ସଞ୍ଜୟ ଦତ୍ତ ମଧ୍ୟ ହୋଷ୍ଟ ଭାବରେ ସାମିଲ୍ ହୋଇଥିଲେ । ଦୁଇ ଅଭିନେତାଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ଭଲ ପାଇଥିଲେ ।
/filters:format(webp)/kanak/media/media_files/2025/08/24/fara-2025-08-24-15-01-19.jpg)
ଫରା ଖାନ୍ :
ବିଗ୍ ବସ୍ ସିଜନ୍ ୮ରେ ନିର୍ଦ୍ଦେଶକ-କୋରିଓଗ୍ରାଫର ଫରା ଖାନ୍ ହୋଷ୍ଟ ଭାବରେ ଶୋ'ର ମଝିରେ ସାମିଲ୍ ହୋଇଥିଲେ । କାରଣ ଥିଲା ଯେ ସଲମାନ ଖାନଙ୍କୁ 'ବଜରଙ୍ଗୀ ଭାଇଜାନ' ଫିଲ୍ମର ସୁଟିଂ କରିବା କାରଣରୁ ବ୍ରେକ୍ ନେବାକୁ ପଡ଼ିଥିଲା । ଫରା ଖାନଙ୍କ ଅନ୍ଦାଜକୁ ମଧ୍ୟ ଦର୍ଶକ ପସନ୍ଦ କରିଥିଲେ ।
/filters:format(webp)/kanak/media/media_files/2025/08/24/karan-2025-08-24-14-59-55.jpg)
କରଣ ଜୋହର : ବଲିଉଡ୍ ନିର୍ଦ୍ଦେଶକ କରଣ ଜୋହର ମଧ୍ୟ ବିଗ୍ ବସ୍ ରେ ହୋଷ୍ଟ୍ ଦାୟିତ୍ବ ତୁଲାଇଛନ୍ତି ।
ତେବେ ଶୋ'କୁ ଏପର୍ଯ୍ୟନ୍ତ ସଲମାନ ଖାନଙ୍କ ବ୍ୟତୀତ ୭ ଜଣ ହୋଷ୍ଟ ମିଳିଛନ୍ତି, କିନ୍ତୁ ଦର୍ଶକ ଯାହାକୁ ସବୁଠାରୁ ଅଧିକ ପସନ୍ଦ କରିଛନ୍ତି ସେ ହେଉଛନ୍ତି ସଲମାନ ଖାନ । ଅଭିନେତା ସିଜନ୍ ୯ରୁ ଲଗାତାର ବିଗ୍ ବସ୍ ଶୋ'କୁ ହୋଷ୍ଟ କରୁଛନ୍ତି । ଆଜି ରବିବାରରୁ ବିଗ୍ ବସ୍ ୧୯ ଆରମ୍ଭ ହେଉଛି, ଯାହାକୁ ଦର୍ଶକ ବହୁତ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି ।