କନକ ବ୍ୟୁରୋ : ମେ ୨୦୨୪ ରେ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ଏହି ଆକ୍ରମଣରେ ଭାରତୀୟ ସେନାର ଯବାନ ବିନୟ ନରୱାଲ ସହିଦ ହୋଇଥିଲେ । ବିନୟଙ୍କ ପତ୍ନୀ ହିମାଂଶୀ ନରୱାଲଙ୍କ ଫଟୋ ସେହି ସମୟରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ବିବାହ ପରେ ଏହି ଦମ୍ପତି ହନିମୁନ୍ ପାଇଁ ପହଲଗାମରେ ପହଞ୍ଚିଥିଲେ । କିନ୍ତୁ ଆତଙ୍କୀଙ୍କ ଆକ୍ରମଣ ସେମାନଙ୍କୁ ସବୁଦିନ ପାଇଁ ଅଲଗା କରିଦେଲା । ବିନୟଙ୍କ ମୃତ୍ୟୁରେ ହିମାଂଶୀ ଏବଂ ତାଙ୍କ ପରିବାର ସହିତ ସମଗ୍ର ଦେଶ କାନ୍ଦିଥିଲା ।
/filters:format(webp)/kanak/media/media_files/2025/08/11/himanshi-narwal-2025-08-11-13-32-00.jpg)
ତେବେ ବର୍ତ୍ତମାନ ଖବର ଆସୁଛି ଯେ ହିମାଂଶୀଙ୍କୁ ରିଆଲିଟି ଶୋ' 'ବିଗ୍ ବସ୍ ୧୯' ପାଇଁ ଅଫର୍ ମିଳିଛି । ଟେଲି ଚକ୍କରର ରିପୋର୍ଟ ଅନୁଯାୟୀ, ବିଗ୍ ବସ୍ର ନିର୍ମାତା ହିମାଂଶୀଙ୍କୁ ନିଜ ଶୋ'ରେ ଆଣିବାକୁ ଚାହୁଛନ୍ତି । କାରଣ ଦର୍ଶକ ତାଙ୍କ ସହିତ ପୂର୍ବରୁ ହିଁ ଯୋଡ଼ି ହୋଇ ରହିଛନ୍ତି । ସୂତ୍ରରୁ ଜଣାପଡ଼ିଛି ଯେ ନିର୍ମାତା କିଛି ଏପରି ଲୋକଙ୍କୁ ଶୋ'ରେ ନେବାକୁ ଚାହୁଛନ୍ତି, ଯେଉଁମାନେ ଦର୍ଶକଙ୍କ ସହିତ ତୁରନ୍ତ ଯୋଡ଼ି ହୋଇଯିବେ । ଏଥିପାଇଁ ବିଗ୍ ବସ୍ ୧୯ରେ ହିମାଂଶୀଙ୍କୁ ନେବା ପାଇଁ କଥାବାର୍ତ୍ତା ଚାଲିଛି । ତେବେ ଏହାକୁ ନେଇ ଏବେ କିଛି ସ୍ପଷ୍ଟ ହୋଇନାହିଁ । ଏହି ରିପୋର୍ଟର ବିପରୀତରେ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରେ ଖବର ପ୍ରଚାର ହେଉଛି ଯେ ହିମାଂଶୀଙ୍କୁ 'ବିଗ୍ ବସ୍ ୧୯'ରୁ କୌଣସି ଅଫର୍ ଆସିନାହିଁ । ସେ ଏହି ଶୋ'ର ଅଂଶ ହେବେ ନାହିଁ । ହିମାଂଶୀ ନରୱାଲଙ୍କ ନାମ ପ୍ରଥମ ଥର ପାଇଁ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ତାଙ୍କ ସ୍ୱାମୀ ତଥା ନେଭି ଅଫିସର ବିନୟ ନରୱାଲ ପହଲଗାମ ଆକ୍ରମଣରେ ସହିଦ ହୋଇଥିଲେ । ହିମାଂଶୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ନିଜ ମୃତ ସ୍ୱାମୀଙ୍କ ପାଖରେ ବସି କାନ୍ଦୁଥିଲେ । ଏହି ଫଟୋ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ପରେ ୟୁଟ୍ୟୁବର ଏଲଭିସ୍ ଯାଦବ ହିମାଂଶୀଙ୍କୁ ଚିହ୍ନି କହିଥିଲେ ଯେ ସେ ତାଙ୍କ ସହିତ କଲେଜରେ ପଢ଼ୁଥିଲେ ।
/filters:format(webp)/kanak/media/media_files/2025/08/11/bigg-bosss-19-2025-08-11-13-33-14.jpg)
ତେବେ 'ବିଗ୍ ବସ୍ ୧୯'ର ପ୍ରୋମୋ ନିକଟରେ ରିଲିଜ୍ ହୋଇଥିଲା । ଏଥିରେ ସଲମାନ ଖାନଙ୍କୁ ଜଣେ ନେତା ଭାବରେ ଦେଖାଯାଇଥିଲା । ରିପୋର୍ଟ ଅନୁଯାୟୀ,ତାରକ ମେହେତା କା ଉଲଟା ଚଷମା ଫେମ୍ ଷ୍ଟାର୍ସ ଶୈଳେଶ ଲୋଢା, ଗୁରୁଚରଣ ସିଂ, ମୁନମୁନ ଦତ୍ତାଙ୍କୁ ଶୋ'ର ଅଫର୍ ଦିଆଯାଇଛି । ଏହା ବ୍ୟତୀତ ଲତା ସାବରୱାଲ, ଫୈସଲ ଶେଖ, ଜନ୍ନତ ଜୁବେର, ପୂରବ ଝା ଏବଂ ଅପୂର୍ବା ମଖିଜାଙ୍କୁ ଅଫର୍ ମିଳିଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି ।