କନକ ବ୍ୟୁରୋ : ଟେଲିଭିଜନର ସବୁଠାରୁ ପ୍ରସିଦ୍ଧ ଶୋ' ବିଗ୍ ବସ୍ ନିଜର ୧୯ତମ ସିଜନ୍ ସହିତ ଫେରିବାକୁ ଯାଉଛି । ଏଥର ଶୋ' ଆହୁରି ଅଧିକ ମଜାଦାର ହେବାକୁ ଯାଉଛି । ଶୋ'ର ହୋଷ୍ଟ ଏବଂ ବଲିଉଡର ଭାଇଜାନ ସଲମାନ ଖାନଙ୍କ ଶୋ'ର ନୂଆ ଟ୍ରେଲର ସାମ୍ନାକୁ ଆସି ଯାଇଛି । ଏଥରର ଟ୍ରେଲର ଏବଂ ଶୋ'ର ଥିମ ବହୁତ ଭିନ୍ନ ରହିଛି । ଟ୍ରେଲରରେ ସଂସଦ ଭଳି ଦୃଶ୍ୟ ନଜର ଆସୁଛି ଏବଂ ସଲମାନ ନେତା ପୋଷାକରେ ଦେଖାଯାଉଛନ୍ତି । ଏଥର ଶୋ'ର ଥିମ ହେଉଛି - ‘ଘରବାଲାଙ୍କ ସରକାର !’ । ବିଗ୍ ବସ୍ ଟିଭିର ସବୁଠାରୁ ପ୍ରସିଦ୍ଧ ରିୟଲିଟି ଶୋ' ମାନଙ୍କ ମଧ୍ୟରୁ ଗୋଟିଏ । ଏହି ଶୋ'ର ସିଜନକୁ ଫ୍ୟାନ୍ସମାନେ ଅପେକ୍ଷା କରି ରହିଥା’ନ୍ତି । ଶୋ'ର ଥିମ ପ୍ରତିବର୍ଷ ଅଲଗା ଅଲଗା ହୋଇଥାଏ । ଏହା ସହିତ ଫ୍ୟାନ୍ସମାନେ ନିଜର ପ୍ରିୟ କଣ୍ଟେଷ୍ଟାଣ୍ଟଙ୍କୁ ଦେଖିବାରେ ଆହୁରି ଅଧିକ ମଜା ପାଇଥା’ନ୍ତି । ବର୍ତ୍ତମାନ ଶୋ'ର ଟ୍ରେଲର ମଧ୍ୟ ଆସିଯାଇଛି, ଯାହାକୁ ଦେଖି ଫ୍ୟାନ୍ସମାନେ ବହୁତ ଏକ୍ସାଇଟେଡ ଅଛନ୍ତି । ଯଦିଓ ଶୋ'ର କଣ୍ଟେଷ୍ଟାଣ୍ଟ କିଏ ହେବେ ଏବେ ଏହି ବିଷୟରେ କୌଣସି ଖାସ୍ ସୂଚନା ମିଳିନାହିଁ ।
ଟ୍ରେଲର ବିଷୟରେ କହିବା ତ ଏଥର ସାରା ସେଟଅପ ସଂସଦ ଢାଞ୍ଚାରେ ରଖାଯାଇଛି, ଯେଉଁଠାରେ ଲୋକ ସେହିଭଳି ବସିଥିବାର ନଜର ଆସୁଛନ୍ତି । ସଲମାନ ଖାନ ନେତା ପୋଷାକରେ ଗାଡ଼ିରୁ ଓହ୍ଲାଉଛନ୍ତି । ଏହାପରେ ସେ କୁହନ୍ତି- ‘ଏମିତି ପ୍ରଥମ ଥର ହେଉଛି ୧୮-୧୯ ବର୍ଷରେ । ଏଥର ବିଗ୍ ବସରେ ହେବ ଘରବାଲାଙ୍କ ସରକାର’ । ସଲମାନ ଖାନ୍ ଆଗକୁ କହିଛନ୍ତି ଯେ ଏଥର ମଧ୍ୟ ବିଗ୍ ବସର ଘରେ ଲୋକତନ୍ତ୍ର ଦେଖିବାକୁ ମିଳିବ । ଟ୍ରେଲରରେ ସଲମାନ କହୁଥିବାର ନଜର ଆସୁଛନ୍ତି- ‘ଘରବାଲା ଏଥର ଯାହା ଚାହିବେ ଆପଣ ସେଇଆ କରନ୍ତୁ । କିନ୍ତୁ ପରିଣାମ ଏବଂ ଜନତାଙ୍କ ପାଇଁ ରେଡି ମଧ୍ୟ ରୁହନ୍ତୁ କାରଣ ବିଗ୍ ବସରେ ଏଥର ଘରବାଲାଙ୍କ ସରକାର… ନମସ୍କାର !’ଟ୍ରେଲର ଜିଓ ହଟଷ୍ଟାରର ୟୁଟ୍ୟୁବ ଚ୍ୟାନେଲରୁ ରିଲିଜ କରାଯାଇଛି । ଏହା ସହିତ ଏହାକୁ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରାଯାଇଛି । ବିଗ୍ ବସ ୧୯ କଲର୍ସ ଏବଂ ଜିଓ ହଟଷ୍ଟାର ଉପରେ ୨୪ ଅଗଷ୍ଟରୁ ଷ୍ଟ୍ରିମ ହେବାକୁ ଯାଉଛି ।