କନକ ବ୍ୟୁରୋ : ତେଲୁଗୁ ଅଭିନେତ୍ରୀ ପ୍ରତ୍ୟୁଷାଙ୍କ ମୃତ୍ୟୁର ୨୪ ବର୍ଷ ପରେ, ସୁପ୍ରିମକୋର୍ଟ ଏହି ହାଇ-ପ୍ରୋଫାଇଲ୍ ମାମଲାରେ ତାଙ୍କର ଚୂଡ଼ାନ୍ତ ରାୟ ଦେଇଛନ୍ତି। କୋର୍ଟ ଗୁଡିପାଲି ସିଦ୍ଧାର୍ଥ ରେଡ୍ଡୀଙ୍କ ଦୋଷକୁ କାଏମ ରଖିଛନ୍ତି। ଚାରି ସପ୍ତାହ ମଧ୍ୟରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ରାଜେଶ ବିନ୍ଦଲ ଓ ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ମାମଲାରେ ଦୁଷ୍କର୍ମ କରାଯାଇଥିବାର ଅପରାଧ ପ୍ରମାଣିତ ହୋଇନାହିଁ। ଏହା ମଧ୍ୟ କୁହାଯାଇଛି, ବିଷପାନର ସତ୍ୟତା ଜଣାପଡ଼ିଛି। ନିଜ ଜୀବନ ନେବା ମଧ୍ୟ ମଧ୍ୟ ଏକ ଦଣ୍ଡନୀୟ ଅପରାଧ ବୋଲି କୋର୍ଟ କହିଛନ୍ତି ।
ଅଭିନେତ୍ରୀଙ୍କ ମାଙ୍କ ଆବେଦନ ଖାରଜ
କୋର୍ଟ ରେଡ୍ଡୀଙ୍କ ଦୋଷମୁକ୍ତ କରିବା ପାଇଁ କରାଯାଇଥିବା ଆବେଦନ ଓ ଅଭିନେତ୍ରୀଙ୍କ ମାଆ ସରୋଜିନୀ ଦେବୀଙ୍କ ଦ୍ୱାରା ଦାୟର ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି। ସେ ଏହି ଘଟଣାକୁ ହତ୍ୟା ବୋଲି ବର୍ଣ୍ଣନା କରିଥିଲେ ଓ କଠୋର ଦଣ୍ଡ ଦାବି କରିଥିଲେ। ଏହି ମାମଲା ୨୦୦୨ ମସିହା ଫେବ୍ରୁଆରି ୨୪ରେ ଘଟିଥିଲା। ୨୨ ବର୍ଷ ବୟସ୍କା ପ୍ରତ୍ୟୁଷା ତାଙ୍କ ପ୍ରେମିକ ସିଦ୍ଧାର୍ଥ ରେଡ୍ଡୀଙ୍କ ସହ ମିଶି କୀଟନାଶକ ପିଇ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ହସ୍ପିଟାଲକୁ ଯିବା ବାଟରେ ପ୍ରତ୍ୟୁଷାଙ୍କ ମୃତ୍ୟୁ ହୋଇଥିଲା। ସିଦ୍ଧାର୍ଥ ରେଡ୍ଡୀ ବଞ୍ଚି ଯାଇଥିଲେ। ଘଟଣାଟି ଆତ୍ମହତ୍ୟା କି ପୂର୍ବ ଯୋଜନାବଦ୍ଧ ହତ୍ୟା ସେ ନେଇ ବିବାଦ ଜାରି ରହିଥିଲା ।
ଅଧିକ ପଢ଼ନ୍ତୁ---ଗ୍ୟାଙ୍ଗଷ୍ଟର କୁମାର ପିଲ୍ଲାଇଙ୍କୁ ହଂକଂ ପଠାଇବାକୁ ପୁଲିସକୁ ମୁମ୍ବାଇ କୋର୍ଟଙ୍କ ନିର୍ଦ୍ଦେଶ
ତଦନ୍ତ ପରେ, ସିବିଆଇ ରେଡ୍ଡୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ୨୦୦୪ ମସିହାରେ, ଟ୍ରାଏଲ୍ କୋର୍ଟ ତାଙ୍କୁ ପାଞ୍ଚ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ପରେ, ୨୦୧୧ ମସିହାରେ, ହାଇକୋର୍ଟ ଦଣ୍ଡକୁ ଦୁଇ ବର୍ଷକୁ ହ୍ରାସ କରିଥିଲେ ଏବଂ ୫୦ ହଜାର ଟଙ୍କାର ଜରିମାନା କରିଥିଲେ । ରେଡ୍ଡୀ ସୁପ୍ରିମକୋର୍ଟରେ ଦୋଷମୁକ୍ତ ପାଇଁ ଆବେଦନ କରିଥିଲେ। ଅପରପକ୍ଷରେ ପ୍ରତ୍ୟୁଷାଙ୍କ ମାଆ କଠୋର ଦଣ୍ଡ ପାଇଁ ଏକ ଆବେଦନ ଦାୟର କରିଥିଲେ। ମାମଲା ନଭେମ୍ବର ୨୦୨୫ ରେ ଶେଷ ହୋଇଥିଲା ଏବଂ କୋର୍ଟ ଫେବ୍ରୁଆରି ୨୦୨୬ ରେ ଚୂଡ଼ାନ୍ତ ରାୟ ପ୍ରଦାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/17/pratyusha-case-2026-02-17-15-10-44.jpg)