କନକବ୍ୟୁରୋ : କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି । ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ପଦ ସମେତ ଲିବେରାଲ ପାର୍ଟି ନେତା ପଦବୀରୁ ସେ ଇସ୍ତଫା ଦେବାର ସମ୍ଭାବନା ରହିଛି। ପ୍ରାୟ ଦେଢ଼ ମାସ ହେବ ନିଜ ଦଳର ନେତାମାନେ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଆସୁଛନ୍ତି । ଏହାକୁ ନେଇ ଟ୍ରୁଡୋ ଅତ୍ୟନ୍ତ ଚାପରେ ଥିବାବେଳେ ନିକଟରେ ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କ ଇସ୍ତଫା ତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।
ଗତ ଡିସେମ୍ବର ୧୬ରେ ଅର୍ଥମନ୍ତ୍ରୀ ଇସ୍ତଫା ଦେଇଥିଲେ। ବିଭିନ୍ନ ନୀତିରେ ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ମତପାର୍ଥକ୍ୟ ସୃଷ୍ଟି ହେଉଥିବାରୁ ସେ ଇସ୍ତଫା ଦେଇଥିବା ଫ୍ରିଲାଣ୍ଡ ଦର୍ଶାଇଥିଲେ । ଏସବୁ ଘଟଣା ପରେ ଲିବେରାଲ ପାର୍ଟି ସାଂସଦମାନେ ଆସନ୍ତା ବୁଧବାର ବୈଠକ କରିବା ନେଇ ଦିନ ଧାର୍ଯ୍ୟ ହୋଇଛି । ବୈଠକରେ କିମ୍ବା ଏହା ପୂର୍ବରୁ ଇସ୍ତଫା ଦେଇପାରନ୍ତି ଟ୍ରୁଡୋ ଟ୍ରୁଡୋଙ୍କ ଇସ୍ତଫା ପରେ ଯିଏ ଦଳୀୟ ନେତୃତ୍ଵ ନେବେ ସେ ପ୍ରଧାନମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/01/06/gJhULy3X3dJIp1u08RBw.jpg)