କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଅପ୍‌ଡେଟ୍‌ ଆସିଛି । ଆତ୍ମାହୁତି ଦେଇଥିବା ପୁରୁଷ ବନ୍ଧୁଙ୍କୁ ଚେନ୍ନାଇରୁ ଉଠାଇ ଆଣିଛି ପୁଲିସ । ଏହାପରେ ଖୁବଶୀଘ୍ର ଯୁବତୀଙ୍କ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି । ଗତକାଲି ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶବ ବ୍ୟବଚ୍ଛେଦ ପରେ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲା ମୃତଦେହ । ପରିବାର ଲୋକଙ୍କ ଦର୍ଶନ ପରେ ଶ୍ମଶାନରେ ହୋଇଛି ଅନ୍ତିମ ସଂସ୍କାର । ଶବ ସତ୍କାର ବେଳେ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ସେପଟେ ଏଯାଏଁ କାହିଁକି ଛାତ୍ରୀ ଜଣଙ୍କ ପ୍ରାଣ ହାରିଲେ, କାହିଁକି ପୁଣି ଅସମୟରେ ଏକ ଜୀବନ ଚାଲିଗଲା, ଏଥିପାଇଁ କିଏ ଦାୟୀ, ଏସବୁ ପ୍ରଶ୍ନର ଉତ୍ତର ମିଳିପାରିନି । ଛାତ୍ରଙ୍କ ପୁରୁଷ ବନ୍ଧୁ ବ୍ଲାକମେଲ୍ କରୁଥିଲେ ବୋଲି ମୃତ ଛାତ୍ରୀଙ୍କ ବାପା ଯେଉଁ ଅଭିଯୋଗ କରିଥିଲେ, ସେନେଇ ତଦନ୍ତ ଆଗକୁ କେତେ ବଢ଼ିଛି ? ସେପଟେ ଛାତ୍ରୀ ଜଣକ ପୂର୍ବରୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ଏଏସଆଇ ଶୈଳେନ୍ଦ୍ର ପଲାଇ ଫେରାଇ ଦେଇଥିଲେ । ଏସ୍‌ପି କହିଛନ୍ତି, ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ତଦନ୍ତ ତ୍ୱରାନ୍ୱିତ ହେବା । ସେପର୍ଯ୍ୟନ୍ତ ଶୈଳେନ୍ଦ୍ର ପଲାଇ ପୋଲିସ ମୁଖ୍ୟାଳୟରେ ରହିବେ । 

Advertisment

ଗତ ଅଗଷ୍ଟ ୬ ତାରିଖରେ ପଟ୍ଟାମୁଣ୍ଡାଇରେ ଜଣେ ଛାତ୍ରୀ ନିଜକୁ ଜାଳି ଆତ୍ମହତ୍ୟା କରିଦେଇଥିଲେ । ଏହି ଆତ୍ମହତ୍ୟା ଘଟଣା ଏବେ ରାଜ୍ୟ ରାଜନୀତିକୁ ପୁଣି ସରଗରମ କରିଛି । ଏହା ପଛରେ କାହାର ହାତ ଅଛି, କିଏ ପ୍ରକୃତ ଦୋଷୀ ତାକୁ ଆଇନ ଧରିବ । ହେଲେ ଏବେ ମୃତ ଛାତ୍ରୀଙ୍କ ମୋବାଇଲ ପୁଲିସ ଦ୍ୱାରା ସିଜ୍ ହୋଇଥିବାରୁ ଛାତ୍ରୀ ମୃତ୍ୟୁର ରହସ୍ୟ ଖୁବଶୀଘ୍ର ଖୋଲିବ ବୋଲି ଅନୁମାନ କରାଯାଉଛି ।

ସେପଟେ ପୋଡ଼ିହୋଇ ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ ।  କହିଲେ , ହାରାସମେଣ୍ଟ୍‌ ହୋଇ ଝିଅ ସୁଇସାଇଡ୍‌ କରିଦେଲା । ମୁଁ ପୁଅର ନାମ ଜାଣି ନାହିଁ, ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଛି ।  ବାରମ୍ବାର ବ୍ଲାକ୍‌ମେଲ୍‌ କରୁଥିଲା ପୁରୁଷବନ୍ଧୁ । ସୋସିଆଲ ମିଡିଆରେ ଫଟୋ ଛାଡ଼ିବା ସହ କିରାସିନି ପକାଇ ମାରିଦେବାକୁ ଧମକ ଦେଉଥିଲା । ଗ୍ରାମାଞ୍ଚଳ ଥାନାରେ ୬ ମାସ ପର୍ବେ ଅଭିଯୋଗ କରିଥିଲୁ କିନ୍ତୁ ପୁଲିସ ଅଭିଯୋଗ ରଖିନଥିଲେ ।