ସୈଫ ଅଲ୍ଲୀ ଖାନଙ୍କ ଆକ୍ରମଣ ଘଟଣାରେ ଆସିଲା ବଡ ସତ୍ୟ : ମେଳ ଖାଉନି ଅଭିଯୁକ୍ତର ଫିଙ୍ଗରପ୍ରିଣ୍ଟ

ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଉପରକୁ ଆକ୍ରମଣ ଘଟଣାରେ ପୁଣି ସାମ୍ନାକୁ ଆସିଲା ବଡ଼ ଅପ୍‌ଡେଟ୍। ଅଭିଯୁକ୍ତ ଶରିଫୁଲ ରେହମାନର ଫିଙ୍ଗରପ୍ରିଣ୍ଟ, ସୈଫ୍ ଅଲ୍ଲୀ  ଖାନ୍‌ଙ୍କ ଘରୁ ମିଳିଥିବା ଫିଙ୍ଗରପ୍ରିଣ୍ଟ ସାମ୍ପଲ ସହ ମେଳ ଖାଇନାହିଁ। ଜାନୁଆରୀ ୧୫ ତାରିଖ ରାତିରେ ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଉପରେ ଆକ୍ରମଣ ହୋଇଥିଲା  ।

saif 4

saif 4 Photograph: (KanakNews )

କନକବ୍ୟୁରୋ  : ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଉପରକୁ ଆକ୍ରମଣ ଘଟଣାରେ ପୁଣି ସାମ୍ନାକୁ ଆସିଲା ବଡ଼ ଅପ୍‌ଡେଟ୍। ଅଭିଯୁକ୍ତ ଶରିଫୁଲ ରେହମାନର ଫିଙ୍ଗରପ୍ରିଣ୍ଟ, ସୈଫ୍ ଅଲ୍ଲୀ  ଖାନ୍‌ଙ୍କ ଘରୁ ମିଳିଥିବା ଫିଙ୍ଗରପ୍ରିଣ୍ଟ ସାମ୍ପଲ ସହ ମେଳ ଖାଇନାହିଁ। ଜାନୁଆରୀ ୧୫ ତାରିଖ ରାତିରେ ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଉପରେ ଆକ୍ରମଣ ହୋଇଥିଲା  ।

ମୁମ୍ବାଇ ପୋଲିସ ଜାନୁଆରୀ ୨୨ ତାରିଖରେ ଫିଙ୍ଗରପ୍ରିଣ୍ଟ ସମେତ ଅନେକ ସାମ୍ପଲ ସିଆଇଡିକୁ ଯାଞ୍ଚ ପାଇଁ ଦେଇଥିଲା। ସୈଫ୍‌ଙ୍କ ଉପରେ ହୋଇଥିବା ଆକ୍ରମଣରେ ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ପୋଲିସ ଆଶଙ୍କା କରୁଛି  ।  ପିଙ୍ଗର ପ୍ରିଣ୍ଟ ମ୍ୟାଚ  ନହେବା ପରେ ପୋଲିସ ଭୁଲ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ପୁଣି ଥରେ ସନ୍ଦେହ ପ୍ରକାଶ ପାଇଛି ।  ପୋଲିସର ଭୁମିକାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆକ୍ରମଣ ହେବାର ତିନି ଦିନ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ହେଲେ ସେ ଅଭିଯୁକ୍ତ ନୁହନ୍ତି ବୋଲି ତାଙ୍କ ଓକିଲ ବାରମ୍ବାର ଦାବି କରି ଆସୁଛନ୍ତି । 
--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe