କନକ ବ୍ୟୁରୋ: ବାତ୍ୟା ପ୍ରଭାବରେ ଭାଙ୍ଗିଲା ବଡ଼ ବଡ଼ ଗଛ, ଉଡ଼ିଲା ଚାଳ, ଭାଙ୍ଗିଲା ଆଜବେଷ୍ଟସ୍। ଦାନାର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଜିଲ୍ଲାର ଅଧିକାଶଂ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡିଛି। ଅନେକ ସ୍ଥାନରେ ଚାଳ ଛପର ଉଡିଯାଇଛି। ଆଜବେଷ୍ଟସ ମଧ୍ୟ ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ମାଟି କାନ୍ଥ ଘର ଭାଙ୍ଗିଯାଇଛି। ଗଛ ଡାଳ ପଡି କିଛି ସ୍ଥାନରେ ବିଦ୍ୟୁତ୍ ଓ ଟେଲିଫୋନ ତାର ଛିଣ୍ଡିଛି। ତାଳଚୁଆ, ରାଜନଗର ଆଦି ସ୍ଥାନରେ ୬ ଫୁଟର ଜୁଆର ମାଡି ଆସିଛି। ତାଳଚୁଆ ବଜାରରେ ପାଣି ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ବତ୍ୟାର ତାଣ୍ଡବ ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଏନଡିଆରଏଫ, ଏସଡିଆରଏଫ, ଓଡ୍ରାଫ ସହ ଅଗ୍ନୀଶମ ଟିମର ସଦସ୍ୟ ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ସଫା କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ବାତ୍ୟା ପ୍ରଭାବରେ ଭାଙ୍ଗିଲା ବଡ଼ ବଡ଼ ଗଛ । ଉଡ଼ିଲା ଚାଳ, ଭାଙ୍ଗିଲା ଆଜବେଷ୍ଟସ୍
Advertisment
Follow Us