କନକବ୍ୟୁରୋ : ଗୁଜବ ପାଇଁ ଚାଲିଗଲା ଜୀବନ । ମହାରାଷ୍ଟ୍ରରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପଛର କାରଣ ଆସିଛି ସାମ୍ନାକୁ। ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁବା ପରେ ଗୋଟିଏ ଟ୍ରେନ ଧକ୍କାରେ ୧୨ ଜୀବନ ଯାଇଥିବା ଜଣାପଡିଛି । ମୁମ୍ବାଇ ରେଳ ଅଧିକାରୀଙ୍କ ସୂଚନା ଅନୁସାରେ, ଗତକାଲି ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସ ଜଲଗାଓଁ ଅତିକ୍ରମ କରୁଥିବା ବେଳେ ଗୋଟିଏ ବଗିରେ ନିଆଁ ଲାଗି ଯାଇଥିବା କଥା ପ୍ରଚାର କରାଯାଇଥିଲା । ନିଆଁ ଲାଗିବା କଥା ଶୁଣି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଏଥିପାଇଁ କିଛି ଯାତ୍ରୀ ଟ୍ରେନକୁ ଅଟକାଇବା ପାଇଁ ଚେନ୍ ଭିଡ଼ି ଦେଇଥିଲେ। ଟ୍ରେନ ମଝି ଟ୍ରାକରେ ଅଟକି ଥିବା ବେଳେ କିଛି ଲୋକ ପାଖରେ ଥିବା ଟ୍ରାକକୁ ଡେଇଁ ପଡ଼ିଥିଲେ।
ଏତିକି ବେଳେ ବିପରୀତ ଦିଗରୁ ଆସୁଥିଲା ଆଉ ଏକ ଟ୍ରେନ । ନିଆଁ ଗୁଜବ କଥା ଶୁଣି ଟ୍ରାକକୁ ଡେଇଁ ପଡ଼ିଥିବା ଲୋକଙ୍କ ଉପରେ ଉକ୍ତ ଟ୍ରେନ ମାଡ଼ି ଗଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି , ମହାରାଷ୍ଟ୍ରର ଜଲଗାଓଁରେ ଆଜି ଟ୍ରେନ ଦୁର୍ଘଟଣା ପଛରେ ଏମିତି କିଛି କାରଣ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କକ ଏକ୍ସପ୍ରେସର କିଛି ଲୋକ ଟ୍ରେନରେ ନିଆଁ ଲାଗି ଯାଇଥିବା ଆଶଙ୍କା କରି ଟ୍ରାକୁ ଡେଇଁ ପଡ଼ିଥିଲେ।
ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରାକରେ ଥିବା ଲୋକଙ୍କୁ ଧକ୍କା ଦେଇଛି । ସେପଟେ ଏହି ଦୁର୍ଘଟଣାରେ ମୃତକଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ଦେଢ ଲକ୍ଷ ଓ ମହାରାଷ୍ଟ୍ର ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି ।
ଗୁଜବ ପାଇଁ ଦୁର୍ଘଟଣା!
ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ
ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୨ ଜୀବନ
ବୁଧବାର ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିଲା ପୁଷ୍କକ ଏକ୍ସପ୍ରେସ
ଜଲଗାଓଁ ଅତିକ୍ରମ କରୁଥିବା ବେଳେ ବଗିରେ ନିଆଁ ଲାଗିଥିବା ପ୍ରଚାର ହୋଇଥିଲା
ଏଥିପାଇଁ କିଛି ଯାତ୍ରୀ ଟ୍ରେନକୁ ଅଟକାଇବା ପାଇଁ ଚେନ୍ ଭିଡ଼ି ଦେଇଥିଲେ
ଟ୍ରେନ ମଝି ଟ୍ରାକରେ ଅଟକି ଥିବା ବେଳେ କିଛି ଯାତ୍ରୀ ଡେଇଁପଡିଥିଲେ
ଏତିକି ବେଳେ ବିପରୀତ ଦିଗରୁ ଆସୁଥିଲା ଆଉ ଏକ ଟ୍ରେନ
ଟ୍ରାକକୁ ଡେଇଁ ପଡ଼ିଥିବା ଲୋକଙ୍କ ଉପରେ ଟ୍ରେନ ମାଡ଼ିଯାଇଥିଲା
ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ଦେଇଥିଲା ଧକ୍କା