ମହାରାଷ୍ଟ୍ରର ଜଲଗାଁଓରେ ବଡ ଟ୍ରେନ ଦୁର୍ଘଟଣା । ଯାତ୍ରୀଙ୍କ ଉପରେ ଚଢ଼ିଗଲା କର୍ଣ୍ଣାଟକ ଏକ୍ସପ୍ରେସ,୧୧ରୁ ଅଧିକ ମୃତ ।

4444445

କନକ ବ୍ୟୁରୋ: ମହାରାଷ୍ଟ୍ର ଜଲଗାଓଁ ପାରଣ୍ଡା ଷ୍ଟେସନରେ ବଡ଼ ଅଘଟଣ, ଟ୍ରେନ ଧକ୍କାରେ ଚାଲିଗଲା ୧୧ଜଣ ଯାତ୍ରୀଙ୍କ ଜୀବନ । ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କକ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଗୁଜବ ପରେ ତଳକୁ ଡେଇଁପଡ଼ିଥିଲେ ଯାତ୍ରୀ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ସମ୍ମୁଖରେ ଆସିଯିବାରୁ ଚାଲିଯାଇଛି ୧୧ଟି ଅମୂଲ୍ୟ ଜୀବନ । ଡେଇଁବା ସମୟରେ ଯେଉଁମାନେ କର୍ଣ୍ଣାଟକ ଏକ୍ସପ୍ରେସ ଆଗକୁ ଆସିଲେ ସେମାନଙ୍କ ଉପରେ ଟ୍ରେନ ଚଢି ଚାଲିଯାଇଥିଲା ।  ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଅନେକ ଯାତ୍ରୀ ଆହତ ହୋଇଥିବା ମଧ୍ୟ ଜଣାପଡିଛି ।

ଘଟଣା ସ୍ଥଳରେ ରେଳ କର୍ମଚାରୀ ଓ ଉଦ୍ଧାରକାରୀ ଟିମ୍ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ପୁଷ୍କକ ଏକ୍ସପ୍ରେସର ଏକ ବଗିରେ ହଠାତ ନିଆଁ ଲାଗିଯିବା ନେଇ ଗୁଜବ ପ୍ରଚାର ହୋଇଥିଲା, ଡରରେ ଯାତ୍ରୀ ମାନେ ଟ୍ରେନରୁ ଅନ୍ୟଏକ ଟ୍ରାକ ଉପରକୁ ଡେଇଁପଡ଼ିଥିବା ବେଳେ ସେହି ଟ୍ରାକରେ ଅନ୍ୟ ଏକ ଟ୍ରେନ ଆସୁଥିବା ଜାଣିପାରିନଥିଲେ । 
କେହି କିଛି ବୁଝିବା ଆଗରୁ ଟ୍ରେନ ଧକ୍କାରେ ୧୧ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଥିବା ଦେଖିବାକୁ ମିଳିଛି । କୁହାଯାଉଛି,  ଗୁଜବ ଥାର୍ଡ ଏସିରେ  ବ୍ୟାପିଥିଲା । ଯେଉଁଠି ଦୁର୍ଘଟଣା ଘଟିଥିଲା, ସେଠାରେ ଏକ ଛୋଟ ନଦୀ ବି ରହିଛି ।  ତେଣୁ ପୋଲ ଉପରକୁ ଡେଇଁ ପଡିବା ଫଳରେ କିଛି ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe