କନକ ବ୍ୟୁରୋ : ଆପଣ ବସ୍, ବିମାନ ହାଇଜାକର ବିଷୟରେ ଶୁଣିଥିବେ, କିନ୍ତୁ ଟ୍ରେନ ହାଇଜ୍ୟାକର କଥା କେବେ ଶୁଣିଛନ୍ତି କି ? କିନ୍ତୁ ପାକିସ୍ତାନୀରେ ଆତଙ୍କୀ ମାନେ ଏହା କରିଦେଖାଇଛନ୍ତି । ପାକିସ୍ତାନରେ ଜାଫର ଏକ୍ସପ୍ରେସକୁ ଅପହରଣ କରି ନେଇଛନ୍ତି ବେଲୁଚିସ୍ତାନ ମୁକ୍ତି ବାହିନୀ ବା ବିଏଲଏ ର ସଶସ୍ତ୍ର ବିଦ୍ରୋହୀମାନେ । ସୂଚନା ଅନୁସାରେ ପାକିସ୍ତାନ ରେଳପଥ ଅନ୍ତର୍ଗତ ଜାଫର ଏକ୍ସପ୍ରେସକୁ ବିଏଲଏର ସଶସ୍ତ୍ର ବିଦ୍ରୋହୀମାନେ ବୋଲାନଠାରେ ଅପହରଣ କରିନେଇଥିବା ଦାବି କରିଛନ୍ତି । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ସେନା ଅଧିକାରୀ ଓ ଯବାନ ଥିବା କୁହାଯାଉଛି । ଟ୍ରେନକୁ ଅପହରଣ କରିନେବା ପରେ ଆତଙ୍କବାଦୀମାନେ ସେଥିରେ ଥିବା ୬ ସେନା ଅଧିକାରୀଙ୍କୁ ମାରିଦେଇଛନ୍ତି । ବିଏଲଏ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏହି ଅପହରଣ ପାଇଁ ନିଜକୁ ଦାବି କରାଯାଇଛି । ଟ୍ରେନକୁ ମୁକୁଳାଇବାକୁ ପାକିସ୍ତାନୀ ସେନାର ଏକ ଦଳକୁ ପଠାଇଛି । ତେବେ ଟ୍ରେନ ଉପରେ ଯଦି ପାକ୍ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ସମଗ୍ର ଯାତ୍ରୀଙ୍କୁ ହତ୍ୟା କରାଯିବ ବୋଲି ବିଏଲଏ ଧମକ ଦେଇଛି । ଏହି ରକ୍ତପାତ ପାଇଁ ପାକ୍ ସେନା ଓ ସରକାର ଦାୟୀ ରହିବେ ବୋଲି ବିଏଲଏ କହିଛି । ଏବେ ପ୍ରଶ୍ନ ଉଠୁଛି ଯେ ଏହି ବଲୁଚ ଲୋକମାନେ କିଏ ଯେଉଁମାନେ ପାକିସ୍ତାନ ସରକାର ଏବଂ ଏହାର ସେନା ପାଇଁ ସମସ୍ୟା ପାଲଟିଛନ୍ତି। ବାଲୁଚ ଆତଙ୍କବାଦୀ ପାକିସ୍ତାନ, ଇରାନ ଏବଂ ଆଫଗାନିସ୍ତାନ ପର୍ୟ୍ୟନ୍ତ ବ୍ୟାପିଥିବା ବେଲୁଚିସ୍ତାନ ଅଞ୍ଚଳର ଏକ ଜାତିଗତ ଗୋଷ୍ଠୀ। ବେଲୁଚିସ୍ତାନ ପାକିସ୍ତାନର ସବୁଠାରୁ ବଡ଼ ପ୍ରଦେଶ, କିନ୍ତୁ ଏହା ଏହାର ସବୁଠାରୁ କମ ଜନସଂଖ୍ୟା ବିଶିଷ୍ଟ ଏବଂ ଗରିବ ପ୍ରଦେଶ ମଧ୍ୟରୁ ଗୋଟିଏ । ବିଏଲମ ଏବଂ ବିଏଲଫ ଗୋଷ୍ଠୀକୁ ପାକିସ୍ତାନ ଆତଙ୍କବାଦୀ ସଂଗଠନର ମାନ୍ୟତା ଦେଇଛି। କିନ୍ତୁ ଏହି ଗୋଷ୍ଠୀର ସଦସ୍ୟ ମାନେ ନିଜକୁ ସ୍ବାଧୀନତା ସଂଗ୍ରାମୀ ବୋଲି ଭାବନ୍ତି।
ଆତଙ୍କୀ ଦେଶରେ ବଡ ଆତଙ୍କ । ଜାଫର ଏକ୍ସପ୍ରେସକୁ ହାଇଜାକ କଲା ବଲୁଚ ଲିବରେସନ ଅର୍ମି
ସୂଚନା ଅନୁସାରେ ପାକିସ୍ତାନ ରେଳପଥ ଅନ୍ତର୍ଗତ ଜାଫର ଏକ୍ସପ୍ରେସକୁ ବିଏଲଏର ସଶସ୍ତ୍ର ବିଦ୍ରୋହୀମାନେ ବୋଲାନଠାରେ ଅପହରଣ କରିନେଇଥିବା ଦାବି କରିଛନ୍ତି । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ସେନା ଅଧିକାରୀ ଓ ଯବାନ ଥିବା କୁହାଯାଉଛି । ଟ୍ରେନକୁ ଅପହରଣ କରିନେବା ପରେ ଆତଙ୍କବାଦୀମାନେ ସେଥିରେ ଥିବା ୬ ସେନା ଅଧିକାରୀଙ୍କୁ ମାରିଦେଇଛନ୍ତି ।
/kanak/media/media_files/2025/03/11/vDmbjMnNBpNOzkKvsdIZ.jpg)